ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ସଲମାନଙ୍କ ପୂର୍ବତନ ମ୍ୟାନେଜରଙ୍କ ବୟାନ ରେକର୍ଡ

author img

By

Published : Jul 11, 2020, 4:57 PM IST

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମାଙ୍କୁ 5 ଘଣ୍ଟା ଧରି ପଚରାଉଚରା କଲା ପୋଲିସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବର୍ତ୍ତମାନ ସବୁ ମହଲରେ ଚର୍ଚ୍ଚାରେ । ତାଙ୍କ ମୃତ୍ୟୁରେ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇଛି । ଏଯାବତ ପୋଲିସ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା 35 ଜଣ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି । ସେହିପରି ନିକଟରେ ଫେମସ ନିର୍ମାତା ଶେଖର କପୁର ନିଜ ବୟାନ ଇ-ମେଲ ଜରିଆରେ ପୋଲିସକୁ ପଠାଇଥିଲେ । ଇତିମଧ୍ୟରେ ପୋଲିସ ସୁପରଷ୍ଟାର ସଲମାନ ଖାନଙ୍କ ପୂର୍ବତନ ସେଲିବ୍ରିଟି ମ୍ୟାନେଜର ରେଶମା ସେଟ୍ଟୀଙ୍କ ବୟାନ ରେକର୍ଡ କରିଛି ।

ରେଶମା ବଲିଉଡର ଜଣେ ଫେମସ ଟ୍ୟାଲେଣ୍ଟରେ ମ୍ୟାନେଜର । ସେ ସଲମାନ, ଅକ୍ଷୟ କୁମାର ଓ ଆଲିୟା ଭଟ୍ଟଙ୍କ ସହ କାମ କରିସାରିଛନ୍ତି । ବାନ୍ଦ୍ରା ପୋଲିସ ଶୁକ୍ରବାର ପାଖାପାଖି 5 ଘଣ୍ଟା ରେଶମାଙ୍କୁ ପଚରାଉଚରା କରିଥିଲା । ହେଲେ ଏଯାବତ ସେ ବୟାନରେ କଣ କହିଛନ୍ତି ତାହା ଖୁଲାସା ହୋଇନାହିଁ ।

ପ୍ରକାଶ ଥାଉକି ସଲମାନଙ୍କ ମ୍ୟାନେଜର ପଦ ଛାଡିବା ପରେ ରେଶମା ନିଜର ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଆରମ୍ଭ କରିଥିଲେ । ଯେଉଁଥିରେ ବଲିଉଡର ଅନେକ ଫେମସ ଷ୍ଟାର୍ସ କ୍ଲାଇଣ୍ଟ ଅଛନ୍ତି । ପୋଲିସକୁ ଅନ୍ଦାଜା ଥିଲା ଯେ ରେଶମା ବଲିଉଡର ଅନେକ କଳାକାରଙ୍କ କାମ ଦେଖୁଛନ୍ତି, ତେବେ ତାଙ୍କୁ ଜଣାଥିବା ସୁଶାନ୍ତଙ୍କ କେଉଁ ସେଲିବ୍ରିଟିଙ୍କ ସହ ଭଲ ପଡୁନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.