ମୁମ୍ବାଇ: ଭାଇଜାନ ସଲମାନ ଖାନଙ୍କ ଓ ଫେମସ ନିର୍ମାତା ସାଜିଦ ନାଦିୟାଦୱାଲା ପୁଣି ଏକାଠି କାମ କରିବାକୁ ଯାଉଛନ୍ତି। ସଲମାନଙ୍କ ଅପକମିଂ ଫିଲ୍ମ ‘ରାଧେ’କୁ ନେଇ ଯେଉଁଠି ଫ୍ୟାନ୍ସ କ୍ରେଜି ଥିବା ବେଳେ ପୁଣି ଏକ୍ସାଇଟମେଣ୍ଟ ବଢାଇଦେଇଛନ୍ତି ସଲମାନ। ସେ ନିଜ ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି। ସଲମାନ, ସାଜିଦଙ୍କ ସହ ଶେଷଥର ଫିଲ୍ମ ‘କିକ’ ରେ କାମ କରିଥିଲେ। ଏହି ଫିଲ୍ମଟି 2014 ଇଦରେ ରିଲିଜ ହୋଇଥିଲା। ଫିଲ୍ମ ବକ୍ସ ଅଫିସରେ ଶାନଦାର ଆୟ କରି ସୁପରହିଟ୍ ହୋଇଥିଲା।
ଏହି ଫିଲ୍ମ ଜରିଆରେ ସାଜିଦ ନିର୍ଦ୍ଦେଶନା ଦୁନିଆରେ ପଦାର୍ପଣ କରିଥିଲେ। ଖୁବଶୀଘ୍ର ସଲମାନ ଓ ସାଜିଦ ‘କଭି ଇଦ କଭି ଦିୱାଲୀ’ ନେଇ ପରଦାରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଫରହାଦ ସାମଜୀ । ଏହି ଫିଲ୍ମକୁ 2021 ଇଦରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ଫିଲ୍ମର କାହାଣୀ ଏବଂ ନିର୍ମାଣ ସାଜିଦଙ୍କ ଦ୍ବାରା କରାଯିବ।
ଏହାର ସୂଚନା ଦେଇ ସଲମାନ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଫିଲ୍ମର ଘୋଷଣା କରି ଲେଖିଛନ୍ତି, ‘ମୁଁ ମୋ ଆଗାମୀ ଫିଲ୍ମ କଭି ଇଦ କଭି ଦିୱାଲୀର ଘୋଷଣା କରୁଛି । ଫିଲ୍ମର କାହାଣୀ ଏବଂ ପ୍ରଯୋଜନା ଦାୟିତ୍ବ ତୁଲାଇବେ ସାଜିଦ ନାଦିୟାଦୱାଲା। ସେହିପରି ଫିଲ୍ମର ନିର୍ଦ୍ଦେଶନା କରିବେ ଫରହାଦ ସାମଜୀ।’
ପ୍ରକାଶ ଥାଉକି ସାଜିଦ ଓ ଫରହାଦ ଶେଷଥର ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର କମେଡି ଫିଲ୍ମ ‘ହାଉସଫୁଲ 4’ରେ କାମ କରିଥିଲେ । ଗତ ବର୍ଷ ରିଲିଜ ହୋଇଥିବା ଏହି ଫିଲ୍ମ 200 କୋଟି ଆୟ କରି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।