ମୁମ୍ବାଇ: ଲାଗୁଛି ଯେପରି ଲକଡାଉନରେ ବଲିଉଡର ଦବଙ୍ଗ ଷ୍ଟାର ସିଙ୍ଗର ବନିବାର ଲକ୍ଷ୍ୟ ରଖିଛନ୍ତି । ଲକଡାଉନ ଖୋଲିଲେ ହୁଏତ ଆକ୍ଟିଂ ସହ ସିଙ୍ଗିଙ୍ଗରେ ମଧ୍ୟ କ୍ୟାରିୟର କରିବେ ଭାଇଜାନ । କାରଣ ଏହା ଭିତରେ 2ଟି ଗୀତ ରିଲିଜ ହୋଇସାରିଥିବାବେଳେ ତୃତୀୟ ଗୀତ କାମ ସେ ଆରମ୍ଭ କରିସାରିଲେଣି ।
ମଙ୍ଗଳବାର ରିଲିଜ ହୋଇଥିବା ତେରେ ବିନା ଗୀତରେ ଦେଖିବାକୁ ମିଳିଥିଲା ସଲମାନ-ଜ୍ୟାକଙ୍କ ଲଭଷ୍ଟୋରୀ । ଗୀତଟିକୁ ସଲମାନ ନିଜେ ଗାଇଥିବାବେଳେ ଲକଡାଉନରେ ନିଜ ଫାର୍ମ ହାଉସରେ ସମ୍ପୂର୍ଣ୍ଣ ସୁଟିଂ କରିଥିଲେ । ତେବେ ପୂର୍ବରୁ ଭାଇଜାନ ପ୍ୟାର କରୋନା ନାମରେ ଆଉ ଏକ ଗୀତ ଗାଇଥିଲେ । ଖବର ଅନୁସାରେ ସେ ନିଜ ସିଙ୍ଗଲ ଟ୍ରିୟୋଲୋଜୀ କମ୍ପ୍ଲିଟ କରିବାକୁ ଚାହୁଁଥିବା ଜଣାପଡିଛି । ଏନେଇ ତାଙ୍କ ସହ ଥିବା ସାଙ୍ଗସାଥୀ ଓ ଶୁଭେଚ୍ଛୁ ତାଙ୍କୁ ଅନୁରୋଧ କରିଛନ୍ତି । ଏହି ତୃତୀୟ ଗୀତକୁ ମଧ୍ୟ ସେ ନିଜେ ଗାଇବେ । ଏବେ ସେ ଗୀତ ଲେଖୁଥିବା ଜଣାପଡିଛି । ଏହାପରେ ଏହାର କମ୍ପୋଜ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଏହି ଗୀତ ଲକଡାଉନରେ ଲଭ୍ ଉପରେ ଆଧାରିତ ହେବ । ଏଥିରେ ଲକଡାଉନରେ ଥିବାବେଳେ କିପରି ଲଭ୍ ହୋଇଛି ତାହା ଦେଖାଯିବ । ଏହାସହ ଏଥିରେ ୱାର୍ଲଡରେ ମହିଳା-ପୁରୁଷଙ୍କ ସାମଞ୍ଜସ୍ୟ ଉପରେ ମଧ୍ୟ କିଛି ଦୃଶ୍ୟ ରହିବ ବୋଲି ଜଣାପଡିଛି । ଏହି ଗୀତରେ ସଲମାନଙ୍କ ସହ ୱାଲୁସା ଡି ସୌଜା ନଜର ଆସିପାରନ୍ତି । ୱାଲୁସାଙ୍କ ଝିଅ ତେରେ ବିନା ଗୀତରେ ସଲମାନଙ୍କ ସହ ଆକ୍ଟିଂ କରିଥିଲେ । ପ୍ରକାଶ ଥାଉ କି ରିଲିଜ ହେବା ପରେ ଏହି ଗୀତକୁ ସମସ୍ତେ ପ୍ରଶଂସା କରିବା ସହ ଏହାକୁ ୟୁଟ୍ୟୁବରେ ଅନେକ ଲାଇକ ଓ ଭିୟୁ ମିଳିଛି ।