ETV Bharat / sitara

ଇଦର ଚାନ୍ଦ ଦେଖିଲେ ଭାଇଜାନଙ୍କ ବାପା-ମା' - ବି-ଟାଉନର ଦବଙ୍ଗ ବୟ ସଲମାନ ଖାନ

ଦୀର୍ଘ 60 ଦିନରୁ ନିଜ ବାପା-ମା'ଙ୍କୁ ଦେଖିନଥିବା ସଲମାନ ମଙ୍ଗଳବାର ସେମାନଙ୍କୁ ସାକ୍ଷାତ କରି ସରପ୍ରାଇଜ କରିଦେଇଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : May 20, 2020, 4:04 PM IST

ମୁମ୍ବାଇ: ଇଦର ଚାନ୍ଦ ଦେଖାଯିବା ପାଇଁ ଆହୁରି ତିନି ଦିନ ବାକି ଅଛି । ହେଲେ ହିନ୍ଦୀ ଫିଲ୍ମର ଲୋକପ୍ରିୟ ଲେଖକ ସଲିମ ଖାନ ଓ ତାଙ୍କ ପତ୍ନୀ ସଲମା ଖାନ ନିଜର ଚାନ୍ଦ ଗତ ସନ୍ଧ୍ୟାରେ ଦେଖିସାରିଛନ୍ତି। ଯାହାକୁ ନେଇ ଏହି ଯୋଡିଙ୍କ ଖୁସି ନକହିଲେ ସରେ। ହେଲେ ସେମାନେ କିପରି ତିନି ଦିନ ପୂର୍ବରୁ ଇଦର ଚାନ୍ଦ ଦେଖିଲେ ବୋଲି ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। ତେବେ ନଜର ପକାଇବା ଏହି ମାମଲା ଉପରେ...

କଥାଟି ହେଲା ଯେ ବି-ଟାଉନର ଦବଙ୍ଗ ବୟ ସଲମାନ ଖାନ ଦୁଇ ମାସ ହେବ ନିଜ ଫାର୍ମ ହାଉସରେ ଲକଡାଉନ ପାଇଁ ଫସି ଯାଇଥିଲେ। ଚତୁର୍ଥ ଲକଡାଉନର ଗୋଚିଏ ଦିନ ପରେ ସେ ଆଶ୍ବସ୍ତିର ଫାଇଦା ଉଠାଇ ମଙ୍ଗଳବାର ବାପା-ମା'ଙ୍କ ହାଲଚାଲ ଜାଣିବା ପାଇଁ ବାନ୍ଦ୍ରା ସ୍ଥିତ ନିଜ ଘରେ ପହଞ୍ଚିଥିଲେ। ସଲମାନଙ୍କ ଏହି ସରପ୍ରାଇଜ ସଲିମ, ସଲମାଙ୍କ ପାଇଁ ଇଦର ଚାନ୍ଦ ଠାରୁ କମ ନୁହେଁ। ପ୍ରକାଶ ଥାଉକି ବାପା-ମା'ଙ୍କୁ ସାକ୍ଷାତ କରିସାରି ସଲମାନ ମଙ୍ଗଳବାର ସନ୍ଧ୍ୟାରେ ପୁଣି ନିଜ ଫାର୍ମହାଉସକୁ ଫେରିଯାଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.