ETV Bharat / sitara

'ମୋଦି'କୁ ନେଇ ଖପ୍ପା ଭାଇଜାନ୍

କିଛିଦିନ ହେବ କଣ୍ଟ୍ରୋଭର୍ସିରେ ଥିବା 'ପିଏମ ନରେନ୍ଦ୍ର ମୋଦି' ବାୟୋପିକକୁ ନେଇ ଖପ୍ପା ସଲମାନ ଖାନ୍। ତାଙ୍କ ବିନା ଅନୁମତିରେ ଦବଙ୍ଗଙ୍କ ଏକ ଗୀତ ଫିଲ୍ମରେ ବ୍ୟବହାର କରାଯିବା ନେଇ ଅସନ୍ତୋଷ ସେ ।

author img

By

Published : Mar 26, 2019, 10:51 PM IST

ଡିଜାଇନ ଫଟୋ

ମୁମ୍ବାଇ: ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ବାୟୋପିକ 'ପିଏମ ନରେନ୍ଦ୍ର ମୋଦି' । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ରିଲିଜ ପୂର୍ବରୁ ଫିଲ୍ମ ଅନେକ ସମସ୍ୟା ଦେଇ ଗତି କରୁଥିବାଦେଖିବାକୁ ମିଳୁଛି । ଯେଉଁଠାରେ ଫିଲ୍ମ ରିଲିଜରେରୋକ ଲଗାଇବା ପାଇଁ ମୁମ୍ବାଇ ହାଇକୋର୍ଟରେ ଯାଚିକା ଦାଏର ହୋଇଛି ସେଠାରେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ଏହି ଫିଲ୍ମକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

କଥାଟି ହେଲା କି ଫିଲ୍ମର ଗୀତ ମଧ୍ୟ ନିକଟରେ ରିଲିଜ ହୋଇଥିଲା । ଯାହାକୁ ନେଇ ସଲମାନ ଖପା । କାରଣ ତାଙ୍କ ଫିଲ୍ମ 'ଦଶ'ର ପପୁଲାର ଗୀତ 'ସୁନୋ ଗୌର ସେ ଦୁନିୟା ବାଲୋ' ଏହି ଫିଲ୍ମରେ ବିନା ଅନୁମତିରେ ବ୍ୟବହାର କରାଯାଇଛି । ଏହି କଥାକୁ ନେଇ ଖୁବ୍ ରାଗିଛନ୍ତି ସଲମାନ । ଜଣାଇ ଦେଉଛୁ ଯେ ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଅଭିନେତା ବିବେକ ଓବରାୟ ନଜର ଆସିବେ ।

ଅନ୍ୟପଟେ ବିବେକଙ୍କ ଏହି ଫିଲ୍ମରେ ଗୀତ ବିରୋଧରେ ଟି-ସିରିଜ ତରଫରୁ କୌଣସି ଆକ୍ସନ ଏଯାବତ ନିଆଯାଇନାହିଁ । ଯାହାକି ସମ୍ପୂର୍ଣ୍ଣ ରୂପେ କପିରାଇଟମାମଲା । ବର୍ତ୍ତମାନ ଫିଲ୍ମ ଉପରେ ଅନେକ ଲିଗାଲ ନୋଟିସ୍ ଜାରି ହୋଇସାରିଲାଣି । ଦେଖିବାକୁ ବାକି ରହିଲା କି ସଲମାନ ମଧ୍ୟ କୌଣସି ଲିଗାଲ ନୋଟିସ୍ ଫିଲ୍ମକୁ ପଠାଇବେ ନା ଚୁପ ରହିବେ ।

Intro:Body:

ଭୁବନେଶ୍ୱର: ନିମାପଡାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଓଡିଶାରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି। ତେବେ ବିଜୟ  ସଂକଳ୍ପ ସମାବେଶରେ ଯୋଗ ଦେଇ ସେ ନବୀନ ସରକାର ଉପରେ ଜୋରଦାର ବର୍ଷିଛନ୍ତି।

ରାଜ୍ୟରେ ୧୯ ବର୍ଷର ସରକାରରେ ସାଧାରଣ ଲୋକେ ପିଇବା ପାଣି ପାଉନାହାଁନ୍ତି, କୁ-ପୋଷଣର ଶିକାର ହେଉଛନ୍ତି, ଚାଷୀ ଆତ୍ମହତ୍ୟା କରୁଥିବା ଅନେକ ସମସ୍ୟା ଏଠାରେ ରହିଛି। ଦେଶରେ ବିଜେପି ସରକାର ଯେଉଁ ରାଜ୍ୟରେ ଅଛି ସେଠି ବିକାଶ ବହୁଳ ମାତ୍ରାରେ ହେଉଛି। ତେଣୁ ଓଡ଼ିଶାରେ ସରକାର ବଦଳିବା ଦରକାର ବୋଲି କହିଛନ୍ତି ଚୌହାନ। 

ଆଗାମୀ ନିର୍ବାଚନରେ ବିଜେପିକୁ ଲୋକେ ଗ୍ରହଣ କରନ୍ତୁ ଆଉ ଜିତାନ୍ତୁ ବୋଲି ସେ କହିଛନ୍ତି। ଦିଲ୍ଲୀରେ ବିଜେପି ର ସରକାର ହେଉ ଓ ରାଜ୍ୟରେ ବି ବିଜେପିର ସରକାର ଗଠନ ହେଉ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି।

ଅନ୍ୟପଟେ ରାଷ୍ଟ୍ରିୟ ଅଧ୍ଯକ୍ଷ ଅମିତ ଶାହାଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଚୌହାନ। ସେ ଯାହା କୁହନ୍ତି ତାକୁ କାର୍ଯ୍ୟରେ କରି ଦେଖାନ୍ତି ବୋଲି ସେ କହିଛନ୍ତି। ସେ ଅତ୍ୟନ୍ତ ଚମତ୍କାରୀ ଅଧ୍ୟକ୍ଷ ଓ ସଂଗଠକ। ତ୍ରିପୁରାରେ ବିଜେପି ସରକାର ଗଢିବା କଥା କେହି ଭାବିନଥିଲେ ଯାହା ଅମିତ ଶାହା କରି ଦେଖାଇଦେଲେ। ଓଡ଼ିଶାରେ ମିଶନ ୧୨୦ କାର୍ଯ୍ୟକାରୀ ହେବ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି।

ସୂଚନାଥାଉ କି, ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମାପଡା ବ୍ଲକ ତୁଳସୀପୁର ଗ୍ରାମପଞ୍ଚାୟତରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଚୌହାନ। ସଭା ପରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.