ETV Bharat / sitara

ଇନଷ୍ଟାରେ କ୍ୟାଟଙ୍କୁ ଫଲୋ କରନ୍ତି ନାହିଁ ଭାଇଜାନ, ଜାଣନ୍ତୁ କାରଣ

ଅଲ୍ଲୀ ଅବ୍ବାସ ଜଫରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଭାରତ' ଜୁନ 5ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଫିଲ୍ମରେ ସଲମାନ ଖାନ ପାଞ୍ଚୋଟି ଭିନ୍ନ ଭିନ୍ନ ଅବତାରରେ ନଜର ଆସିବେ । ଫିଲ୍ମଟି ଭାରତ-ପାକିସ୍ତାନର ବିଭାଜନ କାହାଣୀକୁ ନେଇ ଆଧାରିତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : May 27, 2019, 9:45 PM IST

ମୁମ୍ବାଇ: ଭାଇଜାନ ସଲମାନ ଖାନ ଓ କ୍ୟାଟ୍ରିନା କୈଫ ଏହି ସମୟରେ ନିଜର ବହୁ ଚର୍ଚ୍ଚିତ ଫିଲ୍ମ 'ଭାରତ'ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଜରିଆରେ ଦର୍ଶକ ପୁଣିଥରେ ପରଦାରେ ଦୁଇଜଣଙ୍କ କେମେଷ୍ଟ୍ରି ଦେଖିବାକୁ ପାଇବେ । ପରଦାରେ ଦୁଇଜଣଙ୍କ ଯୋଡିକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରନ୍ତି । କିନ୍ତୁ ଫ୍ୟାନ୍ସଙ୍କୁ ଜଣାନାହିଁ କି ସଲମାନ କେବେ ମଧ୍ୟ ସୋସିଆଲ ମିଡିଆରେ କ୍ୟାଟଙ୍କୁ ଫଲୋ କରନ୍ତି ନାହିଁ । ଆସନ୍ତୁ ଜାଣିବା ଏହାର କାରଣ...

କ୍ୟାଟ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା 22.5 ମିଲିୟନରୁ ମଧ୍ୟ ଅଧିକା । କିନ୍ତୁ ଏହି ଫଲୋଅର୍ସଙ୍କ ମଧ୍ୟରେ ତାଙ୍କ କୋ-ଷ୍ଟାର ସଲମାନ ନାହାଁନ୍ତି । ଏହି କଥାକୁ ନେଇ ଯେତେବେଳେ ସଲମାନଙ୍କୁ ପ୍ରଶ୍ନ କରାଯାଇଥିଲା, ତେବେ ସେ ଆଶ୍ଚର୍ଯ୍ୟଜନକ କଥା କହିଥିଲେ ।

ସେ କହିଥିଲେ କି ସେ କ୍ୟାଟଙ୍କ ସହ ସବୁ ସ୍ଥାନରେ ଥାଆନ୍ତି । ଯେକୌଣସି କାର୍ଯ୍ୟକ୍ରମ ସରିଲେ ସେ କ୍ୟାଟକୁ ଘର ପର୍ଯ୍ୟନ୍ତ ଛାଡିବାକୁ ମଧ୍ୟ ଯାଆନ୍ତି । ତେଣୁ ଆଉ ସମୟ କେତେବେଳେ ବଞ୍ଚିଲା ସେ ସୋସିଆଲ ମିଡିଆରେ କ୍ୟାଟଙ୍କୁ ଫଲୋ କରିବେ । ତେଣୁ ସେ ତାଙ୍କୁ ଫଲୋ କରନ୍ତି ନାହିଁ । ସଲମାନଙ୍କ ଏପରି ଜବାବ ଶୁଣି ସେଠାରେ ଉପସ୍ଥିତ ଥିବା କ୍ୟାଟ ଖୁବ୍ ଜୋରରେ ହସିବାରେ ଲାଗିଥିଲେ ।

ପ୍ରକାଶ ଥାଉକି ସଲମାନ ଇନଷ୍ଟାଗ୍ରାମରେ କେବଳ 8 ଜଣ ଲୋକଙ୍କୁ ଫଲୋ କରୁଛନ୍ତି । ଏହି କ୍ରମରେ ଆୟୁଷ ଶର୍ମା, ଅତୁଲ ଅଗ୍ନିହୋତ୍ରୀ, ଅପ୍ରିତା ଖାନ ଶର୍ମା, ସୋହେଲ ଖାନ, ଅରବାଜ ଖାନ ଲୁଲୁଆ ଏବଂ କ୍ୟାଟଙ୍କ ଭଉଣୀ ଇସାବୋଲ କୈଫ ସାମିଲ ଅଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.