ETV Bharat / state

ଭିତରକନିକା-ଧାମରା ମୁହାଁ ବାତ୍ୟା ’ଦାନା’: ବର୍ଷା ଆରମ୍ଭ, ଲ୍ୟାଣ୍ଡଫଲ ବେଳେ ୧୦୦ କିଲୋମିଟର ବେଗରେ ପବନ

ଦାନା ଭୀଷଣ ବାତ୍ୟା ରୂପ ନେବା ପରେ ଓଡ଼ିଶା ଆଡକୁ ମାଡ଼ିଆସୁଛି । ଆଜି ମଧ୍ୟରାତ୍ରିରେ କେନ୍ଦ୍ରାପଡ଼ା-ଭଦ୍ରକ ଜିଲ୍ଲାରେ ଲ୍ୟାଣ୍ଡଫଲ ସମ୍ଭାବନା । ସ୍ଥଳଭାଗ ନିକଟତର ହେଲେ ବଢିବ ବର୍ଷା ଓ ପବନ ।

ଭୀଷଣ ବାତ୍ୟାର ରୂପ ନେଲା ’ଦାନା’: ଧାମରାରୁ ୪୨୦ କି.ମି ଦୂରରେ କେନ୍ଦ୍ରୀଭୂତ, ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍‌ ଆରମ୍ଭ
ଭୀଷଣ ବାତ୍ୟାର ରୂପ ନେଲା ’ଦାନା’: ଧାମରାରୁ ୪୨୦ କି.ମି ଦୂରରେ କେନ୍ଦ୍ରୀଭୂତ, ଆଜି ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍‌ ଆରମ୍ଭ (ETV Bharat Odisha)
author img

By ETV Bharat Odisha Team

Published : 4 hours ago

Updated : 2 hours ago

ଭୁବନେଶ୍ବର: ଭୀଷଣ ବାତ୍ୟାରେ ପରିଣତ ହେଲା ‘ଦାନା’ । ପୂର୍ବ-କେନ୍ଦ୍ରୀୟ ଓ ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଉପସାଗରୀୟ କ୍ଷେତ୍ରରେ ଏହା ଏବେ କେନ୍ଦ୍ରୀଭୂତ ରହିଛି । ଏହା ଗତ ୬ଘଣ୍ଟା ଧରି ଏହା ଘଣ୍ଟା ପ୍ରତି ପ୍ରାୟ ୧୫ କି.ମି ବେଗରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ସ୍ଥଳଭାଗ ମୁହାଁ ହେବାରେ ଲାଗିଛି । ଏବେ ପାରାଦୀପରୁ 330 କିଲୋମିଟର ଦକ୍ଷିଣ-ପୂର୍ବ, ଧାମରାରୁ 360 କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପରୁ ପ୍ରାୟ 420 କିଲୋମିଟର ଦୂରରେ ରହିଛି ଦାନା । ଏହାର ପ୍ରାରମ୍ଭିକ ପ୍ରଭାବ ଉପକୂଳ ଓଡିଶାରେ ଆରମ୍ଭ ହୋଇଗଲାଣି ।

  • ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ:-

ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ମଧ୍ୟରାତ୍ରି (୨୪ ତାରିଖ) ଓ ଆସନ୍ତାକାଲି (୨୫ ତାରିଖ) ପୂର୍ବାହ୍ନ ମଧ୍ୟରେ କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ବାତ୍ୟାର ବାହ୍ୟବଳୟ ଉପକୂଳ ସ୍ପର୍ଶ କରିସାରିଥିବା ବେଳେ ପ୍ରାକ-ପ୍ରଭାବ ମଧ୍ୟ ଆରମ୍ଭ ହୋଇସାରିଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ଗତକାଲି ରାତିରୁ ହାଲୁକା ବର୍ଷା ଆରମ୍ଭ ହୋଇଛି । ପବନର ବେଗ ମଧ୍ୟ ଧିରେ ଧିରେ ବଢୁଛି । ସମୁଦ୍ର କ୍ରମଶଃ ଅଶାନ୍ତ ହେବାରେ ଲାଗିଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ 100 ରୁ 110 କିଲୋମିଟର ରହିବା ସହ ସ୍ଥଳବିଶେଷରେ ଝଟକା ପବନର ବେଗ ପ୍ରାୟ 120 କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି ।

ଭୀଷଣ ବାତ୍ୟାର ରୂପ ନେଲା ’ଦାନା’: ଧାମରାରୁ ୪୨୦ କି.ମି ଦୂରରେ କେନ୍ଦ୍ରୀଭୂତ, ଉପକୂଳରେ ବର୍ଷା ଜାରି
ଭୀଷଣ ବାତ୍ୟାର ରୂପ ନେଲା ’ଦାନା’: ଧାମରାରୁ ୪୨୦ କି.ମି ଦୂରରେ କେନ୍ଦ୍ରୀଭୂତ, ଉପକୂଳରେ ବର୍ଷା ଜାରି (ETV Bharat Odisha)
  • ରେଡ ଆଲର୍ଟରେ ଏହି ଜିଲ୍ଲା:-

ପବନ ଓ ପ୍ରବଳ ବର୍ଷାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି(୨୪ ତାରିଖ)ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଜଗତସିଂପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି ହୋଇଛି । ସେହିପରି ପ୍ରବଳ ପାଇଁ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ, ଢେଙ୍କାନାଳରେ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେଓଗଡ, ସୁନ୍ଦରଗଡ, କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୨୫ ତାରିଖର କେଉଁ ଜିଲ୍ଲାକୁ ରେଡ୍ ଆର୍ଲଟ ?

ସେହିପରି ଆସନ୍ତାକାଲି (୨୫ ତାରିଖ)ରେ ପ୍ରବଳରୁ ଅତି ପ୍ରବଳ ପାଇଁ ବାଲେଶ୍ୱର, କେନ୍ଦୁଝର,ଭଦ୍ରକ ଓ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ଯାଜପୁର, କେନ୍ଦ୍ରାପଡା ,ଢେଙ୍କାନାଳ, ଅନୁଗୋଳ, କଟକ ଓ ଜଗତସିଂହପୁରରେ ଅରେଞ୍ଜ ୱାର୍ଣ୍ଣିଂ ଓ ମଧ୍ୟମ ଧରଣର ବର୍ଷା ପାଇଁ ଦେଓଗଡ, ସୁନ୍ଦରଗଡ, ସମ୍ବଲପୁର, ଖୋର୍ଦ୍ଧା ,ଝରୁଗୁଡ଼ା ଏବଂ ପୁରୀରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ:- ଭୀଷଣ ବାତ୍ୟାର ରୂପ ନେଲା ‘ଦାନା': ଧାମରାରୁ 360 କିମି ଦୂରରେ କେନ୍ଦ୍ରୀଭୂତ, 15 କିମି ବେଗରେ କରୁଛି ଗତି

ଏହା ମଧ୍ୟ ପଢନ୍ତୁ:- ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢନ୍ତୁ :- ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.