ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଉପରେ ଦୀର୍ଘ ସମୟରୁ ଲାଗିଥିବା କୃଷ୍ଣସାର ମୃଗ ଶିକାର ମାମଲାରେ ଶୁକ୍ରବାର ଯୋଧପୁରରେ ଆଗାମୀ ଶୁଣାଣି ହେବ। ଏହି ମାମଲାର ଶୁଣାଣିରେ ହାଜର ହେବେ ସଲମାନ ।
ପ୍ରକାଶ ଥାଉକି 2018ରେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ସିଜେଏମ କୋର୍ଟ ଦ୍ବାରା 5 ବର୍ଷ ଜେଲ ଦଣ୍ଡ ମିଳିଥିଲା । ସେହି ସମୟରେ ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଜାମିନ ନମିଳିବାରୁ ଜେଲରେ ମଧ୍ୟ ରହିବାକୁ ପଡିଥିଲା । ପରେ ସେ 5 ବର୍ଷ ଜେଲ ଦଣ୍ଡ ବିରୋଧରେ ଯୋଧପୁର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଆଗାମୀ ଶୁଣାଣିରେ ସଲମାନଙ୍କ ପକ୍ଷ ରଖିବେ ବରିଷ୍ଠ ଅଧିବକ୍ତା ମହେଶ ବୋଡା । ପାଖାପାଖି ଗୋଟିଏ ବର୍ଷ ପରେ ମହେଶ କୋର୍ଟରେ ସଲମାନଙ୍କ ପାଇଁ ଲଢିବେ । ପୂର୍ବ ଶୁଣାଣିରେ କୋର୍ଟ କହିଥିଲେ କି ଯଦି ସଲମାନ କୋର୍ଟରେ ଉପସ୍ଥିତ ନହେବେ ତେବେ ଜାମିନକୁ ରଦ୍ଦ କରାଯିବ । ଏଥିଯୋଗୁଁ ଶୁକ୍ରବାର ଶୁଣାଣି ପାଇଁ ସଲମାନ ଯୋଧପୁର ଯାତ୍ରା କରିବେ ।