ETV Bharat / sitara

ପୁଣି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଭାଇଜନ ! - bharat

ଫ୍ୟାନ୍ସଙ୍କ ହୃଦୟ ଜିତିବା ଶୈଳୀ ବି-ଟାଉନ ଭାଇଜାନ ସଲମାନ ଖାନଙ୍କୁ ଖୁବ୍ ଜଣା । ବୁଧବାର ରାତିରେ ସଲମାନ ଏମିତି କାମ କରିଛନ୍ତି, ଯାହାଦ୍ବାରା ଫ୍ୟାନ୍ସ ତାଙ୍କ ପ୍ରଶଂସା କରିବାରେ ଥକୁନାହାଁନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : Jun 13, 2019, 9:55 PM IST

ମୁମ୍ବାଇ: ଫ୍ୟାନ୍ସଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟୁଥିବା ସୁପରଷ୍ଟାର ସଲମାନ ଖାନଙ୍କ ଦୟାଳୁତା ବିଷୟରେ ଅବା କାହାକୁ ଅଜଣା । ଇଦରେ ରିଲିଜ ହୋଇଥିବା ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଭାରତ' ବକ୍ସ ଅଫିସରେ ଅନେକ ରେକର୍ଡ ନିଜ ନାମରେ କରିସାରିଲାଣି । ଇତିମଧ୍ୟରେ ସେ ଏମିତି କାମ କରିଛନ୍ତି । ଯାହାଦ୍ବାରା ସେ ପୁଣି ଫ୍ୟାନ୍ସଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ଚାରିଆଡେ ତାଙ୍କର ପ୍ରଶଂସା ଖୁବ୍ ଶୁଣିବାକୁ ମିଳୁଛି ।

photo
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସଲମାନ ଖାନ

କଥାଟି ହେଲା କି ବୁଧବାର ରାତିରେ ସେ ଏପରି ଲୋକଙ୍କ ପାଇଁ 'ଭାରତ' ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରିଛନ୍ତି, ଯେଉଁମାନେ ଦେଶ ବିଭାଜନ ଦୁଃଖ ସହିଥିଲେ ।

ଏହି ସ୍ପେଶାଲ ସ୍କ୍ରିନିଂରେ ସଲମାନ ନିଜେ ମଧ୍ୟ ସାମିଲ ହୋଇଥିଲେ । ଖାଲି ଏତିକି ନୁହେଁ ସଲମାନ ସେହି ପରିବାର ସହ ବ୍ୟକ୍ତିଗତ ଭାବେ ବିଭାଜନର ଦୁଃଖ ବିଷୟରେ କଥାବାର୍ତ୍ତା ମଧ୍ୟ କରିଥିଲେ । ଏବେ ତାଙ୍କ ସ୍ପେଶାଲ ସ୍କ୍ରିନିଂର କିଛି ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ସଲମାନ ନିଜେ ଟ୍ବିଟର ଆକାଉଣ୍ଟରେ ଜଣେ ବୃଦ୍ଧ ମହିଳାଙ୍କ ପାଖରେ ବସିଥିବାର ନଜର ଆସୁଛନ୍ତି ।

ଏହାସହ ସେ ଫଟୋ କ୍ୟାପସନରେ ସଲମାନ ଯାହା ଲେଖିଛନ୍ତି ତାହା ଦେଖି ଫ୍ୟାନ୍ସ ନିହାତି ବୁଝିପାରୁଥିବେ କି ଏହି ସ୍କ୍ରିନିଂ ସେହି ଲୋକଙ୍କ ପାଇଁ କେତେ ମହତ୍ବପୂର୍ଣ୍ଣ ଥିଲା, ଯେଉଁମାନେ 1947 ଘଟଣା ଏବଂ ଦେଶ ବିଭାଜନର ବାସ୍ତବ ଅନୁଭବ କରିଥିଲେ ।

Intro:Body:

zdhzf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.