ETV Bharat / sitara

ଷ୍ଟ୍ରଗଲର ଆକ୍ଟରରୁ ସୁଲତାନ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଘୁରିବୁଲୁଛି ସଲମାନଙ୍କ 30 ବର୍ଷ ପୁରୁଣା ଭିଡିଓ । ‘ମୈନେ ପ୍ୟାର କିୟା’ ଫିଲ୍ମରେ ସଲମାନ ଦେଇଥିଲେ ସ୍କ୍ରିନ ଟେଷ୍ଟ ।

author img

By

Published : Aug 26, 2019, 10:04 PM IST

ଫଟୋ ସୌଜନ୍ୟ; ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କୁ 30 ବର୍ଷ ପୂର୍ବେ ବଲିଉଡରେ ପ୍ରଥମଥର ସଫଳତା ମିଳିଥିଲା । 1989ରେ ରିଲିଜ ହୋଇଥିଲା ଫିଲ୍ମ ‘ମୈନେଂ ପ୍ୟାର କିୟା’ । ଏହି ଫିଲ୍ମରେ ପ୍ରେମ ଭୂମିକାରେ ସଲମାନଙ୍କ ରୋମାଣ୍ଟିକ ଅନ୍ଦାଜ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଫିଲ୍ମରେ ସଲମାନଙ୍କ ଅପୋଜିଟ ସୁନ୍ଦରୀ ଭାଗ୍ୟଶ୍ରୀ ନଜର ଆସିଥିଲେ । ଦୁଇଜଣଙ୍କ ଯୋଡି ସୁପରହିଟ୍ ସାବ୍ୟସ୍ତ ହୋଇଥିଲା ।

ଭିଡିଓ ସୌଜନ୍ୟ: ଟ୍ବିଟର

ଆଜି ସଲମାନ ବଲିଉଡର ସୁଲତାନ କିନ୍ତୁ କେବେ ‘ମୈନେଂ ପ୍ୟାର କିୟା’ ପାଇଁ ସଂଘର୍ଷ ଅଭିନେତାଙ୍କ ଭଳି ସ୍କ୍ରିନ ଟେଷ୍ଟ ଦେଇଥିଲେ । ଏହି ସ୍କ୍ରିନ ଟେଷ୍ଟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ସଲମାନ ହାତରେ ଗିଟାର ଧରି ଡାଇଲଗ କହୁଥିବାର ନଜର ଆସୁଛନ୍ତି । ସଲମାନଙ୍କୁ ଏମିତି ଦେଖି ଫ୍ୟାନ୍ସ ପୁରୁଣା ଦିନ ସ୍ମରଣ କରିଛନ୍ତି । ଯେତେବେଳେ ସଲମାନ ପତଳା ଦେଖାଯାଉଥିଲେ ।

ପ୍ରକାଶ ଥାଉକି 1989 ଡିସେମ୍ବର 29ରେ ‘ମୈନେଂ ପ୍ୟାର କିୟା’ ସିନେମାଘରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଦୁଇଷ୍ଟାରଙ୍କୁ ରାତାରାତି ହିଟ୍ ଷ୍ଟାର କରିଦେଇଥିଲା । ସବୁଠାରୁ ବଡ କଥା ହେଲା କି ଏହି ଫିଲ୍ମ ପାଇଁ ଭାଗ୍ୟଶ୍ରୀ ଯେଉଁଠାରେ ଏକ ଲକ୍ଷ ଟଙ୍କା ଫିସ ନେଇଥିଲେ ସେହିଠାରେ ସଲମାନ ମାତ୍ର 30 ହଜାର ଟଙ୍କାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.