ETV Bharat / sitara

ବିବାଦରେ 'ଦବଙ୍ଗ-3'

ସଲମାନ ଖାନଙ୍କ ଫିଲ୍ମ 'ଦବଙ୍ଗ-3' ସୁଟିଂ ଆରମ୍ଭ ହେବା ସହ ବିବାଦ ଘେରକୁ ଆସିଛି । ଯାହାକୁ ନେଇ ସଲମାନ ନିଜ ପକ୍ଷ ରଖିଛନ୍ତି । ଫିଲ୍ମର ସୁଟିଂ ବର୍ତମାନ ମଧ୍ୟ ପ୍ରଦେଶରେ ଚାଲିଛି । ସଲମାନଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସୋନାକ୍ଷୀ ସିହ୍ନା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସଲମାନ ଖାନ
author img

By

Published : Apr 6, 2019, 5:50 AM IST

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନ ନିକଟରେ ନିଜର ଆଗାମୀ ଫିଲ୍ମ 'ଦବଙ୍ଗ-3' ସୁଟିଂ ଆରମ୍ଭ କରିଛନ୍ତି । ସୁଟିଂ ଆରମ୍ଭ ହେବା ମାତ୍ରେ ଫିଲ୍ମଟି ବିବାଦ ଘେରକୁ ଆସିଛି । କଥାଟି ହେଲା କି ଦୁଇ ତିନି ଦିନ ପୂର୍ବରୁ ଦବଙ୍ଗ ସୁଟିଂସେଟର ଏକ ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ଶିବଲିଙ୍ଗ ଉପରେ କାଠ ପଟା କଭର ହୋଇଥିବା ଦେଖିବାକୁ ମିଳିଥିଲା । ଇଣ୍ଟରନେଟରେ ଫଟୋ ନିଆଁ ପରି ବ୍ୟାପିଯାଇଥିଲା । ଏହାପରେ କିଛି ଲୋକ ଦବଙ୍ଗ ଟିମ ଉପରେ କିଛି ସମୁଦାୟଙ୍କ ଭାବନାକୁ ଆଘାତ କରିବା ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ ବିଜେପି ଏମଏଲଏ ରାମେଶ୍ବର ଶର୍ମା ନିଜ ଷ୍ଟେଟମେଣ୍ଟରେ ଶିବଲିଙ୍ଗର ଅପମାନ କରିବା ପାଇଁ ଦବଙ୍ଗ ଟିମ ବିରୋଧରେ ମାମଲା ରୁଜୁ କରିବା ନେଇ ଦାବି କରିଛନ୍ତି ।

ଏବେ ସଲମାନ ଏହି ପ୍ରସଙ୍ଗ ଉପରେ ନିଜର ପକ୍ଷ ରଖିଛନ୍ତି । ସେ ମିଡିଆକୁ କହିଛନ୍ତି ଯେ ସେ ଶିବଲିଙ୍ଗର ଅପମାନ କରିନାହାଁନ୍ତି । ତାଙ୍କ ବୟାନ ଅନୁଯାୟୀ ସେ ଶିବଲିଙ୍ଗକୁ କାଠ ପଟା ଦ୍ବାରା କଭର କରିଥିଲେ । କାରଣ ସୁଟିଂ ସମୟରେ ଶିବଲିଙ୍ଗକୁ କୌଣସି କ୍ଷତି ନହେବା ପାଇଁ ଟିମ ଏପରି କରିଥିଲା । ଏହା କେବଳ ଶିବଲିଙ୍ଗର ସୁରକ୍ଷା ପାଇଁ କରାଯାଇଛି । କୌଣସି ସମୁଦାୟର ଭାବନାକୁ ଆଘାତ ପହଞ୍ଚାଇବାକୁ ଏମିତି କରାଯାଇ ନାହିଁ । ସୁଟିଂ ସରିଲେ ଶିବଲିଙ୍ଗ ଉପରୁ କାଠ ପଟା କାଢିଦିଆଯିବା ନେଇ ଆଶ୍ବସନା ଦେଇଛନ୍ତି ସଲମାନ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.