ମୁମ୍ବାଇ: 'ଭାରତ' ଫିଲ୍ମ ସଫଳତାରେ ଦବଙ୍ଗ ବୟ ସଲମାନ ଖାନ ଏତେ ଖୁସି ହୋଇଯାଇଛନ୍ତି ଯେ ଏବେ ତାଙ୍କୁ କେବଳ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । ସେ କଣ କରୁଛନ୍ତି, କୁଆଡେ ଯାଉଛନ୍ତି, କଣ ଖାଉଛନ୍ତି ସବୁର ସୂଚନା ଫ୍ୟାନ୍ସଙ୍କୁ ଦେବାରେ ଲାଗିଛନ୍ତି ।
ଆଉ ସେ ଯାହା ମଧ୍ୟ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ତାହା ସଙ୍ଗେ ସଙ୍ଗେ ଭାଇରାଲ ହେଉଛି । କିଛି ଦିନ ପୂର୍ବରୁ ସେ ମାଙ୍କଡକୁ ଖାଇବାକୁ ଦେଇଥିବାର ଏକ ଭିଡିଓ ସେୟାର କରିଥିଲେ । ଏବେ ସେହିଠାରେ ସ୍କେଚିଂ କରୁଥିବା ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଆଉ ତାଙ୍କ ବ୍ୟାକଗ୍ରାଉଣ୍ଡରେ ତାଙ୍କ ଫିଲ୍ମ 'ହର ଦିଲ ଜୋ ପ୍ୟାର କରେଗା'ର ଟ୍ରାକ ସଙ୍ଗ ବାଜୁଥିବାର ମଧ୍ୟ ଶୁଣିବାକୁ ମିଳୁଛି । ସଲମାନ ସ୍କେଚିଂ କରିବା ସହ କିଛି ଲେଖୁଥିବାର ମଧ୍ୟ ଦେଖାଯାଇଛନ୍ତି ।
ପ୍ରକାଶ ଥାଉକି 2000 ମସିହାରେ ରିଲିଜ ହୋଇଥିବା 'ହର ଦିଲ ଜୋ ପ୍ୟାର କରେଗା' ଫିଲ୍ମରେ ସଲମାନଙ୍କ ସହ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଓ ରାନୀ ମୁଖାର୍ଜୀ ନଜର ଆସିଥିଲେ ।