ହାଇଦ୍ରାବାଦ: ବଲିଉର ଦବଙ୍ଗ ଖାନ ସଲମାନ ଆଜିକାଲି 'ନୋଟବୁକ' ଫିଲ୍ମର ପ୍ରମୋସନରେ ଜୋରୋସୋରରେ ଲାଗିପଡିଛନ୍ତି । ନିଜ ବ୍ୟାନରରେ ତିଆରି କରିଥିବା 'ନୋଟବୁକ'ରେ ପୁଣିଥରେ ସେ ଦୁଇ ନୂଆ ଚେହେରାକୁ ବଲିଉଡରେ ସାମିଲ କରିବାକୁ ଯାଉଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଏବେ ଫିଲ୍ମର ପ୍ରଥମ ଗୀତ 'ନେହିଂ ଲଗଦା' ଗୀତ ରିଲିଜ ହୋଇଯାଇଛି ।
Presenting the first song from #Notebook, #NaiLagda. Listen and feel the love.https://t.co/SkscWOt1Wx @pranutanbahl @iamzahero @nitinrkakkar @SKFilmsOfficial @Cine1Studios @muradkhetani @ashwinvarde @VishalMMishra @AseesKaur @TSeries pic.twitter.com/RRinCDBksA
— Salman Khan (@BeingSalmanKhan) February 28, 2019 " class="align-text-top noRightClick twitterSection" data="
">Presenting the first song from #Notebook, #NaiLagda. Listen and feel the love.https://t.co/SkscWOt1Wx @pranutanbahl @iamzahero @nitinrkakkar @SKFilmsOfficial @Cine1Studios @muradkhetani @ashwinvarde @VishalMMishra @AseesKaur @TSeries pic.twitter.com/RRinCDBksA
— Salman Khan (@BeingSalmanKhan) February 28, 2019Presenting the first song from #Notebook, #NaiLagda. Listen and feel the love.https://t.co/SkscWOt1Wx @pranutanbahl @iamzahero @nitinrkakkar @SKFilmsOfficial @Cine1Studios @muradkhetani @ashwinvarde @VishalMMishra @AseesKaur @TSeries pic.twitter.com/RRinCDBksA
— Salman Khan (@BeingSalmanKhan) February 28, 2019
ପ୍ରନୂତନ ବହଲ ଓ ଜାହୀର ଇକବାଲଙ୍କ ଏହି ଗୀତ ରୋମାଣ୍ଟିକ ଅନ୍ଦାଜରେ ଉପସ୍ଥାପନ କରାଯାଇଛି । ଗୀତରେ ଆପଣଙ୍କୁ କାଶ୍ମୀରର ସୁନ୍ଦରତା ଦେଖିବାକୁ ମିଳିବ । ଗୀତଟିକୁ ବିଶାଲ ମିଶ୍ରା ଓ ଆଶିଷ କୌର ଗାଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ଅକ୍ଷୟ ତ୍ରିପାଠୀ ।
- " class="align-text-top noRightClick twitterSection" data="">
ଗୀତଟିର ଭିଡିଓକୁ ଟି-ସିରିଜ ନିଜ ଅଫିସିଆଲ ୟୁଟ୍ୟୁବ ଆକାଉଣ୍ଟରେ ଅପଲୋଡ କରିଛି । ଯାହାକୁ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ପାଖାପାଖି 1 ଲକ୍ଷରୁ ଅଧିକ ଥର ଦେଖାସରିଲାଣି । ଫିଲ୍ମର ଟ୍ରେଲରେ ଦୁଇ ଅଜଣା ପୁଅ ଝିଅର ପ୍ରେମ କାହାଣୀ ଦେଖିବାକୁ ମିଳିଥିଲା । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନୀତିନ କକ୍କଡ ଏବଂ ଫିଲ୍ମର ପ୍ରଯୋଜନା ତୁଲାଇଛି ସଲମାନଙ୍କ ପ୍ରଡକ୍ସନ ହାଉସ । ନୂଆ ଅନ୍ଦାଜ ଏବଂ ନୂଆ କାହାଣୀରେ ତିଆରି ହୋଇଥିବା 'ନୋଟବୁକ' ମାର୍ଚ୍ଚ 29ରେ ରିଲିଜ ହେବାକୁ ଯାଉଛି ।