ETV Bharat / sitara

ସିଙ୍ଗଲ ନାହାନ୍ତି ସଲମାନ, ରିଲେସନସିପକୁ ନେଇ କଲେ ଖୁଲାସା

author img

By

Published : Feb 2, 2022, 12:02 PM IST

ବଲିଉଡ ସୁପରଷ୍ଟାର ସଲମାନ ଖାନ ସିଙ୍ଗଲ ନାହାନ୍ତି। ବିଗ୍ ବସ୍ 15 ର ଗ୍ରାଣ୍ଡ ଫାଇନାଲ୍ ଏପିସୋଡରେ ଏକା ନାହାନ୍ତି ବୋଲି ସଲମାନ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ସିଙ୍ଗଲ ନାହାନ୍ତି ବଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚଲର ସଲମାନ ଖାନ, ରିଲେସନସିପକୁ ନେଇ କଲେ ଖୁଲାସା

ହାଇଦ୍ରାବାଦ: ଭାଇଜାନ ସଲମାନ ଖାନ ବଲିଉଡର ସବୁଠାରୁ ମୋଷ୍ଟ ଏଲିଜିବଲ ବ୍ୟାଚଲର। ସମସ୍ତେ ଚାହାଁନ୍ତି ଯେ ବର୍ତ୍ତମାନ ସଲମାନ ଖାନ ବିବାହ କରିବା ଉଚିତ୍ । ପ୍ରଶଂସକ ବି ଉତ୍ସାହର ସହ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । ଏପଟେ ସଲମାନ ଖାନ ନିଜକୁ ଅବିବାହିତ ବୋଲି କହିଛନ୍ତି। କିନ୍ତୁ ବର୍ତ୍ତମାନ ନିଜ ସମ୍ପର୍କର ଖୁଲାସା କରିଛନ୍ତି ସଲମାନ । ଯାହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ।

ବିଗ୍ ବସ୍ 15 ର ଗ୍ରାଣ୍ଡ ଫାଇନାଲରେ ସଲମାନ ଏହାର ଖୁଲାସା କରିଛନ୍ତି । ବିଗ୍ ବସ୍ 13 ର ପ୍ରତିଯୋଗୀ ଶେହନାଜ୍ ଗିଲ୍ ସୋ’କୁ ଆସି ସଲମାନଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି। ଯାହା ପରେ ଭାଇଜାନ ସମସ୍ତଙ୍କୁ ତାଙ୍କ ରିଲେସନସିପ ଷ୍ଟାଟସ ବିଷୟରେ କହିଛନ୍ତି।

ସୋରେ ଶେହାନାଜ କ୍ୟାଟ୍ରିନା କୈଫଙ୍କ ନାମ ନେଇ ସଲମାନ ଖାନଙ୍କୁ ଥଟ୍ଟା କରୁଥିବା ଦେଖିବାକୁ ମିଳିଛି। ଶେହନାଜ ଭିଡିଓରେ କହିଛନ୍ତି ଯେ ‘ମୁଁ ପଞ୍ଜାବର କ୍ୟାଟ୍ରିନା କୈଫରୁ ଏବେ ଭାରତର ଶେହନାଜ ଗିଲ ହୋଇସାରିଛି, କାରଣ ଭାରତର କ୍ୟାଟ୍ରିନା କୈଫ ପଞ୍ଜାବର କ୍ୟାଟ୍ରିନା ହୋଇସାରିଛନ୍ତି’ ।

ଏହା ଉପରେ ଶେହାନାଜ ସଲମାନଙ୍କୁ କହିଛନ୍ତି ଯେ ସାର୍, ଆପଣ କେବଳ ଖୁସି ରୁହନ୍ତୁ । ଆପଣ ସିଙ୍ଗଲ ଅଧିକ ଭଲ ଲାଗୁଛନ୍ତି। ଏହାର ଉତ୍ତରରେ ସଲମାନ କହିଛନ୍ତି ଯେ ଯଦି ସିଙ୍ଗଲ ହୋଇଯିବି ତ ଅଧିକ ଭଲ ଲାଗିବି । ଯଦିଓ ସଲମାନ ଗର୍ଲଫ୍ରେଣ୍ଡଙ୍କ ନାଁ ନେଇ ନାହାନ୍ତି କିନ୍ତୁ ପରୋକ୍ଷରେ ସେ ସିଙ୍ଗଲ ନାହାନ୍ତି ବୋଲି କହିଛନ୍ତି । ସେପଟେ ସଲମାନଙ୍କ ଏକ ମ୍ୟୁଜିକ ଭିଡିଓରେ ନଜର ଆସିିଥିବା ରୋମାନିଆ ଆଙ୍କର ତଥା ଅଭିନେତ୍ରୀ ଲୁଲିଆ ଭନ୍ତୁରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଦୀର୍ଘଦିନରୁ ଚର୍ଚ୍ଚା ଲାଗିରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.