ମୁମ୍ବାଇ: କୋରୋନା ଭାଇରସ ପାଇଁ ଦେଶରେ ସମସ୍ୟା ବଢିଚାଲିଛି । ଏଥିରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସରକାର ଦେଶରେ ଲକଡାଉନ 2.0 ଲଗାଇଛନ୍ତି । ସରକାରଙ୍କ ବ୍ୟତୀତ ବଲିଉଡ ଷ୍ଟାର୍ସ ମଧ୍ୟ ଆର୍ଥିକ ସହଯୋଗ କରି ଲୋକଙ୍କ ଆବଶ୍ୟକ ପୂରଣ କରୁଛନ୍ତି । ନିକଟରେ ଭାଇଜାନ ସଲମାନ ଖାନ 25 ହଜାର ଲୋକଙ୍କୁ ସାହାଯ୍ୟ କରିବାର ଘୋଷଣା କରିଥିଲେ।
ସେପଟେ ସଲମାନଙ୍କ ଏନଜିଓ ବିଙ୍ଗ ହ୍ୟୁମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ଲୋକଙ୍କ ଖାତାରେ ସଲମାନଙ୍କ ତରଫରୁ ଟଙ୍କା ପଠାଯାଉଛି । ଇତିମଧ୍ୟରେ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ଜଣେ ସହ-ନିର୍ଦ୍ଦେଶକ ମନୋଜ ଶର୍ମା ଏହାର ଏକ ସ୍କ୍ରିନସଟ ସେୟାର କରି ଆଶ୍ଚର୍ଯ୍ୟକର କଥା ସମସ୍ତଙ୍କୁ ଜଣାଇଛନ୍ତି।
ମନୋଜ ବ୍ୟାଙ୍କରୁ ଆସିଥିବା ମେସେଜର ଏକ ସ୍କ୍ରିନସଟ ଟ୍ବିଟ କରିଛନ୍ତି । ଆଉ ଜଣାଇଛନ୍ତି ସଲମାନଙ୍କ ସଂସ୍ଥା ବିଙ୍ଗ ହ୍ୟୁମାନ ପକ୍ଷରୁ ତାଙ୍କ ସାହାଯ୍ୟ ମିଳିଛି । ସ୍କ୍ରିନସଟରେ ଦେଖିବାକୁ ମିଳୁଛି ଯେ ତାଙ୍କ ସାହାଯ୍ୟ କରିବାକୁ ଯାଉ ସଲମାନଙ୍କ ତରଫରୁ 4.97 ଲକ୍ଷ ଟଙ୍କା ପଠାଯାଇଛି । ସୋମବାର ଦିନ ତାଙ୍କ ବ୍ୟାଙ୍କ ଖାତାରେ ଏହି ଟଙ୍କା ଜମା କରାଯାଇଥିଲା।
ଏହାର କ୍ୟାପସନରେ ମନୋଜ ଲେଖିଛନ୍ତି, ‘ସଲମାନ ସର, ର୍ଦୁଭାଗ୍ୟରୁ ମତେ ଆପଣଙ୍କ ସହ କେବେ କାମ କରିବାର ସୁଯୋଗ ମିଳିନାହିଁ । ନା କେବେ ମୁଁ ଆପଣଙ୍କ ଟିମର ସଦସ୍ୟ ମଧ୍ୟ ସାଜିଛି। ଆପଣ ହଜାର ଲୋକଙ୍କୁ ଆର୍ଥକ ସହାୟତା କରୁଛ। ଯିଏ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିନା କୌଣସି ପରିଚୟରେ କାମ କରୁଛନ୍ତି । ମୁଁ ଜାଣିପାରୁନାହିଁ କିପରି ଆପଣଙ୍କୁ ଧନ୍ୟବାଦ ଜଣାଇବି।’