ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ନିକଟରେ ରିଲିଜ ହୋଇଥିବା ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ 150 କୋଟି ଆୟ କରିବାରେ ସଫଳ ହୋଇଛି । ଯାହାକୁ ନେଇ ସଲମାନ ବହୁତ ଖୁସି ଜଣାପଡୁଛନ୍ତି । ସଲମାନ କେତେ ଦୟାଳୁ ଏକଥା ଅବା କାହାକୁ ଅଛପା । ଫିଲ୍ମର ସଫଳତାକୁ କେବେ ନିଜେ ଏକଲା ଏନଜୟ କରନ୍ତି ନାହିଁ । ପ୍ରାୟ ଏମିତି ଦେଖାଯାଇଛି ଯେ ସଲମାନ ଫିଲ୍ମର ଭଲ କଲେକ୍ସନରେ ଖୁସି ହୋଇ ନିଜ କୋଷ୍ଟାର୍ସଙ୍କୁ ଅନେକ ଉପହାର ଦେବାର । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଆଜ୍ଞା ହଁ, ସଲମାନ ଦବଙ୍ଗ 3 ଫିଲ୍ମର ଭିଲେନ ତଥା ସାଉଥର ଫେମସ ଆକ୍ଟର କିଚ୍ଚା ସୁଦୀପଙ୍କୁ ମହଙ୍ଗା ଉପହାର ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚାରେ ସଲମାନ । ଏହି କଥାର ସୂଚନା ସୁଦୀପ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ।
ସଲମାନ, ସୁଦୀପଙ୍କୁ ମହଙ୍ଗା କାର ଗିଫ୍ଟ କରିଛନ୍ତି । ଏହି କଥାର ଖୁଲାସା କରି ସୁଦୀପ ସୋସିଆଲ ମିଡିଆରେ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ‘ଆପଣଙ୍କ ସହ ସବୁବେଳେ ଭଲ ଲାଗେ । ସର୍ବଦା ଆପଣ ଭଲ କାମ କରୁଛନ୍ତି । ସଲମାନ ମତେ ଏହି ଲାଇନରେ ବିଶ୍ବାସ କରାଇବା ଶିଖାଇଛନ୍ତି । ସେ ମୋ ଘରକୁ ଏହି ସୁନ୍ଦର ଉପହାର ସହ ଆସିଛନ୍ତି । ବିଏମଡବ୍ଲୁ ଏମ 5, ବହୁତ ସୁନ୍ଦର ଉପହାର । ମତେ ଓ ମୋ ପରିବାରକୁ ଏତେ ପ୍ରେମ ଦେବା ପାଇଁ ଅନେକ ଅନେକ ଧନ୍ୟବାଦ । ଆପଣଙ୍କ ସହ କାମ କରିବା ଓ ଆପଣ ରାତିରେ ମୋ ଘରକୁ ଆସିବା ସୌଭାଗ୍ୟର କଥା ।’
ପ୍ରକାଶ ଥାଉକି ସଲମାନ ଅଭିନତୀ ‘ଦବଙ୍ଗ 3’ ଓ ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ଗୁଡନ୍ୟୁଜ’କୁ ରିଲିଜକୁ ଦୁଇ ସପ୍ତାହରୁ ଅଧିକ ହୋଇସାରିଲାଣି । ‘ଗୁଡନ୍ୟୁଜ’ର ଦମଦାର କମେଡି ପାଇଁ ଫିକା ପଡିଛି ଦବଙ୍ଗ 3। ହେଲେ 150 କୋଟି ଟଙ୍କା ଆୟ କରିବାରେ ସଫଳ ଏହି ଫିଲ୍ମ ।