ETV Bharat / sitara

ଭାଇଭାଇ ଗୀତରେ ଭାଇଚାରା ବାର୍ତ୍ତା ବାଣ୍ଟିଲେ ଭାଇଜାନ - ସଲମାନ ଖାନଙ୍କ ଫିଲ୍ମ

ରିଲିଜ ହେଲା ସଲମାନଙ୍କ ତୃତୀୟ ମ୍ୟୁଜିକାଲ ଭିଡିଓ ‘ଭାଇ ଭାଇ’ । ଯାହା ଜରିଆରେ ଫ୍ୟାନ୍ସଙ୍କୁ ଇଦ ଭେଟି ଦେଇଛନ୍ତି ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : May 26, 2020, 12:38 PM IST

ମୁମ୍ବାଇ: ସିନେ ପ୍ରେମୀଙ୍କ ପାଇଁ ଇଦ ହେଉଛି ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ବକ୍ସ ଅଫିସରେ ଦେଖିବା। କୋରୋନା ମହାମାରୀ ହେତୁ ଏଥର ସଲମାନଙ୍କ ପ୍ରଶଂସକଙ୍କୁ ଟିକେ ନିରାଶ ହେବାକୁ ପଡିଛି ସତ। ହେଲେ ସଲମାନ ପୁଣି ଥରେ ପ୍ରମାଣ କରିଦେଇଛନ୍ତି ଯେ ସେ ନିଜ ଫ୍ୟାନ୍ସଙ୍କ ପାଇଁ ପ୍ରତ୍ୟେକ ଅସୁବିଧାକୁ ଦୂର କରି ସେମାନଙ୍କ ନିକଟରେ ପହଞ୍ଚିବାକୁ ସବୁବେଳେ ଇଚ୍ଛୁକ। ତେଣୁ ଇଦ ଅର୍ଥାତ୍ ରବିବାର ବିଳମ୍ବିତ ରାତିରେ ସଲମାନ ତାଙ୍କର ନୂଆ ଗୀତ ‘ଭାଇ ଭାଇ’ ରିଲିଜ କରି ଇଦ ଭେଟି ଦେଛନ୍ତି।

ଇଦ ଅବସରରେ ସଲମାନ ନିଜ ଦ୍ବାରା ଗାଇଥିବା ଗୀତ ରିଲିଜ କରି ଭାଇଚାରା ବାର୍ତ୍ତା ବାଣ୍ଟିଛନ୍ତି। ଏହି ଗୀତକୁ ସଲମାନ ନିଜ ଫାର୍ମହାଉସରେ ସୁଟ କରିଛନ୍ତି । ଫ୍ୟାନ୍ସ ମନ କିଣିବାରେ ସଫଳ ଗୀତଟି। କାରଣ ରିଲିଜର ମାତ୍ର 12 ଘଣ୍ଟା ମଧ୍ୟରେ 38 ଲକ୍ଷରୁ ଅଧିକ ଥର ଦେଖାସରିଲାଣି । ଆପଣ ବି ଦେଖନ୍ତୁ ଏହି ଶାନଦାର ଗୀତଟିକୁ...

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉ ଯେ ଲକଡାଉନ ପାଇଁ ନିଜ ପାନଭେଲ ଫାର୍ମ ହାଉସରେ ରହୁଥିବା ସଲମାନ ଗାଇଥିବା ତିନୋଟି ଗୀତ ଏଯାବତ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ବିଙ୍ଗ ହ୍ୟୁମାନରେ ରିଲିଜ ସାରିଲାଣି। ଏହାପୂର୍ବରୁ ସେ ଫାର୍ମ ହାଉସରୁ ଅନ୍ୟ ଦୁଇଟି ଗୀତ ‘ପ୍ୟାର କରୋନା’ ଏବଂ ‘ତେରେ ବିନା’ ରିଲିଜ କରଥିଲେ।

ସେହିପରି ଏବର୍ଷ ମଧ୍ୟ ସଲମାନ ଇଦ ଅବସରରେ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଦେ’ ରିଲିଜ କରିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ କୋରୋନା ଭାଇରସ ପାଇଁ ସବୁ ଫିଲ୍ମର ରିଲିଜ ତାରିଖକୁ ରଦ୍ଦ କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.