ETV Bharat / sitara

‘ମାଷ୍ଟର’ ହିନ୍ଦୀ ଭର୍ସନ ପାଇଁ ଏମିତି ସର୍ତ୍ତ ରଖିଲେ ସଲମାନ, ଜାଣନ୍ତୁ କଣ...

author img

By

Published : Jun 19, 2021, 2:14 PM IST

ତାମିଲ ଫିଲ୍ମ ‘ମାଷ୍ଟର’ର ହିନ୍ଦୀ ରିମେକରେ ନଜର ଆସିବେ ଭାଇଜାନ ସଲମାନ । ହେଲେ ଫିଲ୍ମର ନୂଆ ଭର୍ସନ ଆଣିବାକୁ ମେକର୍ସଙ୍କୁ କହିଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଗତ କିଛି ଦିନରୁ ଚର୍ଚ୍ଚା ଜୋର ଧରିଛି ଯେ ସୁପରଷ୍ଟାର ସଲମାନ ଖାନ ସାଉଥ ଷ୍ଟାର ବିଜୟ ସେତୁପତି ଷ୍ଟାରର ତାମିଲ ଫିଲ୍ମ ‘ମାଷ୍ଟର’ର ହିନ୍ଦୀ ରିମେକରେ ଅଭିନୟ କରିବେ। ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ସଲମାନ ଏହି ଫିଲ୍ମର ହିନ୍ଦୀ ରିମେକରେ କାମ କରିବା ପାଇଁ ମେକର୍ସଙ୍କ ସାମ୍ନାରେ ଗୋଟିଏ ସର୍ତ୍ତ ରଖିଛନ୍ତି ।

ତେବେ କଥାଟି ହେଲା ଯେ ‘ମାଷ୍ଟର’ ଫିଲ୍ମ ମୂଳ କାହାଣୀ ସହ ସଲମାନ କାମ କରିବାକୁ ଚାହୁଁନାହାଁନ୍ତି । ରିପୋର୍ଟ ଅନୁଯାୟୀ ସେ ପୁରା ଟିମକୁ କହିଛନ୍ତି ଯେ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ବଦଳାଇ ନୂଆ ଭର୍ସନ ଆଣିବାକୁ ।

ପ୍ରକାଶ ଥାଉକି ସଲମାନ ନିଜ ଫିଲ୍ମ କ୍ୟାରିୟରରେ ଏଯାବତ ମଦ ବେପାରୀ ଭୂମିକାରେ ଅଭିନୟ କରିନାହାଁନ୍ତି । ଏଥିପାଇଁ ସେ ଫିଲ୍ମକୁ ନେଇ ଏକ୍ସାଇଟେଡ ଅଛନ୍ତି । ହେଲେ ତାଙ୍କ ସର୍ତ୍ତ ହେଲା ଯେ ଭୂମିକାକୁ ଛାଡି ମେକର୍ସ ଫିଲ୍ମର ପୁରା କାହାଣୀ ପରିବର୍ତ୍ତ କରିଦିଅନ୍ତୁ । ବର୍ତ୍ତମାନ ସ୍କ୍ରିପ୍ଟ ଉପରେ କାମ ଚାଲିଛି । ଆଉ ପୁରା ହେଲା ପରେ ସଲମାନଙ୍କୁ ପ୍ରଥମେ କାହାଣୀ ଶୁଣାଇବେ ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.