ETV Bharat / sitara

ବଲିଉଡରେ 31 ବର୍ଷ

ସୋସିଆଲ ମିଡିଆରେ ପିଲାଦିନର ଫଟୋ ସେୟାର କଲେ ସଲମାନ ଖାନ । ଅଭିନୟ ଜଗତରେ 31 ବର୍ଷ ପୂରଣ କରିବା ଖୁସିରେ ସମସ୍ତଙ୍କୁ ଜଣାଇଲେ ଧନ୍ୟବାଦ ।

author img

By

Published : Aug 27, 2019, 11:32 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ବଲିଉଡର ବିଗେଷ୍ଟ ଷ୍ଟାର ତାଲିକାରେ ସଲମାନ ଖାନ ଅନ୍ୟତମ । ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ସେ କେବେ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ । ତେବେ ତାହା ତାଙ୍କ ଫିଲ୍ମ ଜରିଆରେ ହେଉ କିମ୍ବା ବାସ୍ତବ ଜୀବନରେ ହେଉ ।

ଇତିମଧ୍ୟରେ ସଲମାନ ବଲିଉଡରେ 31 ବର୍ଷର ଯାତ୍ରା ପୂରଣ କରିଛନ୍ତି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । ଏହି ଅବସରରେ ସଲମାନ ଇନଷ୍ଟାଗ୍ରାମରେ ନିଜ ପିଲା ବେଳର ଏକ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ଅନେକ ଧନ୍ୟବାଦ ଆଉ ସେହିମାନଙ୍କୁ ଯିଏ ମୋର 31 ବର୍ଷ ଯାତ୍ରାରେ ସାମିଲ ଅଛନ୍ତି । ଖାସକରି ମୋର ଫ୍ୟାନ୍ସ ଏବଂ ପ୍ରଂଶସକଙ୍କୁ ଯିଏ ମୋର ଯାତ୍ରାକୁ ଶାନଦାର କରିଛନ୍ତି ।’

ପ୍ରକାଶ ଥାଉକି ସଲମାନ ନିଜ ଫିଲ୍ମ କ୍ୟାରିୟର 1988ରେ ଆସିଥିବା ଫିଲ୍ମ ‘ବିବି ହୋ ତୋ ଐସି’ ଫିଲ୍ମ ଜରିଆରେ ଆରମ୍ଭ କରିଥିଲେ । କିନ୍ତୁ ସେ ‘ମୈନେଂ ପ୍ୟାର କିୟା’ରୁ ହିଟ୍ ଷ୍ଟାର ହୋଇପାରିଥିଲେ ।

ଆଜିକାଲି ସଲମାନ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ 3’ର ସୁଟିଂରେ ଲାଗିପଡିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାସହ ଆସନ୍ତା ଇଦରେ ତାଙ୍କର ବହୁ ପ୍ରତିକ୍ଷିତ ଫିଲ୍ମ ‘କିକ 2’ ରିଲିଜ ହେବ ବୋଲି ଘୋଷଣା ସୋସିଆଲ ମିଡିଆରେ କରିଥିଲେ ସଲମାନ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.