ETV Bharat / sitara

Bigg Boss 15 ପାଇଁ ସଲମାନଙ୍କ ଫିସ୍, ଟଙ୍କା ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

author img

By

Published : Sep 20, 2021, 7:03 PM IST

ଆସନ୍ତା ଅକ୍ଟୋବର ୨ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ରିଆଲିଟି ଶୋ' ବିଗବସ-୧୫ । ତେବେ ଏଥିରେ ହୋଷ୍ଟ କରିବା ଲାଗି ଏଥର କେତେ ଚାର୍ଜ କରିଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ?

Bigg Boss 15 ପାଇଁ ଏତିକି ଟଙ୍କା ନେବେ ସଲମାନ, ଆପଣ ବି ଜାଣି ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନ ଫିଲ୍ମ ସାଙ୍ଗକୁ ରିଆଲିଟି ଶୋ' ବିଗ ବସ ପାଇଁ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଗତ କିଛି ଦିନ ପୂର୍ବରୁ ବିଗବସ ଓଟିଟି ଶେଷ ହୋଇଥିବା ବେଳେ ଆସନ୍ତା ଅକ୍ଟୋବର ୨ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ବିଗ ବସର ସିଜିନ ୧୫ । ଏହି ଶୋ'ରେ ହୋଷ୍ଟ କରିବା ପାଇଁ ଚଳିତ ବର୍ଷ ସଲମାନ ୩୫୦ କୋଟି ଟଙ୍କା ନେବେ ବୋଲି ଜଣାପଡ଼ିଛି ।

ବିଗ ବସ-୧୫ ପାଇଁ ସଲମାନ ୧୪ ସପ୍ତାହ କାମ କରିବେ । ଏଥିଲାଗି ଦବଙ୍ଗ ଷ୍ଟାର ୩୫୦ କୋଟି ଟଙ୍କା ପାରିଶ୍ରମିକ ନେବେ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସଲମାନ ବିଗ ବସର ୧୧ଟି ସିଜିନକୁ ହୋଷ୍ଟ କରିସାରିଥିବା ବେଳେ ପ୍ରତିବର୍ଷ ତାଙ୍କର ପାରିଶ୍ରମିକ ବଢିଥାଏ ବୋଲି ଖବର ଆସିଥାଏ । ଟେଲିଭିଜନରେ କୌଣସି ଶୋ'କୁ ଅଧିକ ପାରିଶ୍ରମିକ ନେଇ ହୋଷ୍ଟ କରିବାରେ ସଲମାନ ହେଉଛନ୍ତି ପ୍ରଥମ । ଯଦି ବାସ୍ତବରେ ସଲମାନଙ୍କୁ ଏତିକି ଶୁଳ୍କ ମିଳେ ତେବେ ସେ କେବଳ ଭାରତରେ ନୁହେଁ, ବରଂ ଦେଶରେ ହାଏଷ୍ଟ ପେଡ଼ ହୋଷ୍ଟ ହେବେ ବୋଲି ସୂଚନା ମିଳିଛି ।

ବିଗବସ -୧୪ରେ ସଲମାନ ପ୍ରତି ଏପିସୋଡ଼ ପାଇଁ ୨.୫ କୋଟି ଟଙ୍କା ନେଇଥାନ୍ତି ବୋଲି ସୂଚନା ମିଳିଛି । ସେହିପରି ବିଗବସ-୧୩ରେ ଏକ ସପ୍ତାହକୁ ସଲମାନ ୧୩ କୋଟି ଟଙ୍କା ନେଉଥିଲେ । ଅର୍ଥାତ ପ୍ରତି ଗୋଟିଏ ଏପିସୋଡକୁ ସେ ୬.୫୦ କୋଟି ଟଙ୍କା ନେଉଥିଲେ । ବିଗବସ- ୧୫ରେ ପ୍ରତି ଏପିସୋଡ ପାଇଁ ସଲମାନ ୨୫ କୋଟି ଟଙ୍କା ଚାର୍ଜ କରୁଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.