ETV Bharat / sitara

ଶିବସେନାରେ ସଲମାନଙ୍କ ବଡିଗାର୍ଡ

author img

By

Published : Oct 19, 2019, 8:41 AM IST

ରାଜନୀତିକୁ ଓହ୍ଲାଇଲେ ସଲମାନ ଖାନଙ୍କ ବଡିଗାର୍ଡ ଶେରା । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା। ଶୁକ୍ରବାର ସେ ଶିବସେନାରେ ସାମିଲ ହୋଇଛନ୍ତି।

ଫଟୋ ସୌଦନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ନିର୍ବାଚନ ସମୟ ଆସିବା ମାତ୍ରେ ନେତାଙ୍କ ମଧ୍ୟରେ ଦଳବଦଳ ପ୍ରତିଯୋଗିତା ଆରମ୍ଭ ହୋଇଯାଏ। କିଏ ଗୋଟିଏ ଦଳରୁ ଅନ୍ୟ ଦଳକୁ ଲମ୍ପ ମାରେ ତ ଆଉ କିଏ ନୂଆ ଦଳ ଗଠନ କରେ। ଖାଲି ରାଜନେତା ନୁହଁନ୍ତି ଅନେକ ବ୍ୟକ୍ତି ବିଶେଷ ମଧ୍ୟ ବିଭିନ୍ନ ଦଳରେ ସାମିଲ ହୋଇଥାନ୍ତି। ଏହି କ୍ରମରେ ସବୁଠାରୁ ଉପରେ ଅଛନ୍ତି ବି-ଟାଉନ ସେଲିବ୍ରିଟି। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଅନେକ ସେଲିବ୍ରିଟି ବିଭିନ୍ନ ଦଳରେ ସାମିଲ ହୋଇଥିଲେ।

photo-2
ଫଟୋ ସୌଜନ୍ୟ: ଟ୍ବିଟର@ଶିବସେନା
photo-1
ଫଟୋ ସୌଜନ୍ୟ: ଟ୍ବିଟର@ଶିବସେନା

ଆଉ ଏବେ ଦବଙ୍ଗ ବୟ ସଲମାନ ଖାନଙ୍କ ଦୀର୍ଘ ସମୟ ଧରି ବଡିଗାର୍ଡ ରହିଆସିଥିବା ଶେରାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ଶେରା ଶିବସେନାର ହାତ ଧରିଛନ୍ତି। ଗୁରମୀତ ସିଂହ ଉର୍ଫ ଶେରା ଶୁକ୍ରବାର ଶିବସେନାର ପ୍ରମୁଖ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଆଉ ଦିନ ପରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି।

ଏନେଇ ଶିବସେନା ପକ୍ଷରୁ ଟ୍ବିଟର ଯୋଗେ ଜଣାଇ ଦିଆଯାଇଛି। ଶୁକ୍ରବାର ଶିବସେନା ସୁପ୍ରିମୋ ଉଦ୍ଧବ ଠାକେର ଓ ଦଳର ଯୁବ ଶାଖା ସଭାପତି ଆଦିତ୍ୟ ଠାକରେ ତାଙ୍କୁ ପାର୍ଟିକୁ ସ୍ବାଗତ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.