ETV Bharat / sitara

ବିଦେଶ ଯାତ୍ରା ରଦ୍ଦ କଲେ ସଲମାନ-ହ୍ରିତିକ

author img

By

Published : Mar 15, 2020, 4:55 AM IST

ଭାରତରେ ଏାଯାବତ କୋରୋନା ଭାଇରସରେ ସଂକ୍ରମିତ 84 ଲୋକଙ୍କୁ ଚିହ୍ନଟ କରାଯାଇଛି । ଏହି ଭୟକୁ ଦୃଷ୍ଟିରେ ରଖି ସେଲିବ୍ରିଟି ନିଜ ନିଜ ବିଦେଶ ଯାତ୍ରା ରଦ୍ଦ କରିବାରେ ଲାଗିଛନ୍ତି । ଅଧିକ ପଢନ୍ତୁ..

salman khan
ଡିଜାଇନ ଫଟୋ

ମୁମ୍ବାଇ: କୋରନା ଭାଇରସର ଭୟ ବର୍ତ୍ତମାନ ବିଶ୍ବରେ ଦେଖିବାକୁ ମିଳୁଛି । ଚୀନରେ ଆରମ୍ଭ ହୋଇଥିବା ଏହି ଭାଇରସ ଧିରେ ଧିରେ କରି ଅନେକ ଦେଶରେ ବ୍ୟାପିବାରେ ଲାଗିଛି । ବଲିଉଡ ଏବଂ ହଲିଉଡରେ ମଧ୍ୟ ଏହାର ଭୟ ଦେଖାଯାଉଛି । କାରଣ ଅନେକ ମେକର୍ସ ନିଜ ଫିଲ୍ମ ରିଲିଜ ଘୁଞ୍ଚାଇ ଦେଲେଣି । ଏହି ଭାଇରସ ପାଇଁ ଅନେକ ବଡ ବଡ ଇଭେଣ୍ଟକୁ ମଧ୍ୟ ରଦ୍ଦ କରାଯାଇସାରିଲାଣି । ନିକଟେର କାନ୍ସ ଫିଲ୍ମ ଫେଷ୍ଟିଭାଲ 2020 ରଦ୍ଦ ହେବାର ସୂଚନା ମିଳିଥିଲା । ଇତିମଧ୍ୟରେ ବଲିଉଡର ସୁପରଷ୍ଟାର ସଲମାନ ଖାନ ଓ ହ୍ରିତିକ ରୋଶନ ନିଜ ନିଜର ଇଣ୍ଟରନ୍ୟାସନାଲ ଟୁର ରଦ୍ଦ କରିଦେଇଛନ୍ତି।

ଭାରତରେ ଏଯାବତ କୋରୋନା ଭାଇରସରେ 84 ମାମଲା ସାମ୍ନାକୁ ଆସିସାରିଲାଣି। ଦେଶବାସୀଙ୍କ ସୁରକ୍ଷା ପାଇଁ ମନ୍ତ୍ରୀଙ୍କ ବିଦେଶ ଯାତ୍ରାକୁ ମଧ୍ୟ ରଦ୍ଦ କରିଦେଇଥିଲେ। ଜନସାଧାରଣଙ୍କଠୁ ନେଇ ବଲିଉଡ ଷ୍ଟାର୍ସ ମଧ୍ୟ ନିଜ ଯାତ୍ରା ରଦ୍ଦ କରିବାରେ ଲାଗିଛନ୍ତି । ନିକଟରେ ଦୀପିକା ପାଦୁକୋନ ମଧ୍ୟ ନିଜ ବିଦେଶ ଯାତ୍ରା କ୍ୟାନ୍ସଲ କରିଥିଲେ ।

ସଲମାନ ଦବଙ୍ଗ ଟୁର ରଦ୍ଦ କରିଛନ୍ତି । ସେ ୟୁଏସ ଓ କନାଡାରେ ଏପ୍ରିଲ 3ରୁ 12 ପର୍ଯ୍ୟନ୍ତ ଏକ କାର୍ଯ୍ୟକ୍ରମ କରିଥାଆନ୍ତେ। ଅନ୍ୟପଟେ ହ୍ରିତିକ ମଧ୍ୟ ନିଜ 9 ଦିନିକିଆ ୟୁଏସ ଟୁର କ୍ୟାନ୍ସଲ କରିଛନ୍ତି। ସେ ଚିକାଗୋ, ନ୍ୟୁ ଜର୍ସୀ, ଡଲାସ, ସେନ ଜୋସ, ୱାଶିଙ୍ଗଟନ ଓ ଅଟଲାଣ୍ଟା ଯାତ୍ରା କରିଥାଆନ୍ତେ।

ପ୍ରକାଶ ଥାଉକି ଅକ୍ଷୟ କୁମାର ମଧ୍ୟ ଶୁକ୍ରବାର ନିଜ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ ଘୁଞ୍ଚାଇବାର ଘୋଷଣା କରିଥିଲେ । ଏମାସ 24 ତାରିଖରେ ରିଲିଜ ହେବାର ଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.