ETV Bharat / sitara

ଫାଇଟ୍ ମୁଡରେ ସଲମାନ-ଆୟୁଷ, ହେଲା ଅନ୍ତିମର ଆରମ୍ଭ

author img

By

Published : Dec 22, 2020, 11:50 AM IST

ରିଲିଜ ହୋଇଯାଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘ଅନ୍ତିମ’ର ଫାଷ୍ଟଲୁକ ଟିଜର ଭିଡିଓ । ଦମଦାର ଅନ୍ଦାଜରେ ସଲମାନଙ୍କ ସହ ନଜର ଆସିଲେ ଆୟୁଷ ଶର୍ମା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଖୁବଶୀଘ୍ର ପରଦାରେ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମାଙ୍କ ସହ ନଜର ଆସିବେ । ବର୍ତ୍ତମାନ ଏହି ଯୋଡି ନିର୍ଦ୍ଦେଶକ ମହେଶ ମାଞ୍ଜରେକରଙ୍କ ଆଗାମୀ ଫିଲ୍ମ ‘ଅନ୍ତିମ-ଦ ଫାଇନାଲ ଟ୍ରୁଥ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସଲମାନ ଶିଖ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଥିବା ବେଳେ ଆୟୁଷ ଜଣେ ଗ୍ୟାଙ୍ଗଷ୍ଟାର ଅବତାରରେ ଦେଖାଯିବେ । ସୋମବାର ଫିଲ୍ମର ଫାଷ୍ଟ ଲୁକ ଟିଜର ଭିଡିଓ ଜାରି କରି ମେକର୍ସ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ।

ଯେଉଁଥିରେ ଆୟୁଷ ଓ ସମଲାନଙ୍କ ଜବରଦସ୍ତ ଫାଇଟ୍ ଦେଖିବାକୁ ମିଳୁଛି । ସର୍ଟଲେସ ଅବତାରରେ ନଜର ଆସୁଛନ୍ତି ଏହି ଯୋଡି । ଦୁଇଜଣଙ୍କ ଏହି ଦମଦାର ଅନ୍ଦାଜ ବର୍ତ୍ତମାନ ସମସ୍ତଙ୍କ ମନ କିଣିବାରେ ଲାଗିଛି ।

ଟ୍ବିଟରେ ଏହି ଟିଜର ସେୟାର କରି ସଲମାନ ଲେଖିଛନ୍ତି, ‘ଅନ୍ତିମର ଆରମ୍ଭ ।’ ସେପଟେ ଆୟୁଷ ମଧ୍ୟ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ପରିଶ୍ରମ ରକ୍ତ, ଝାଳ ମାଗେ ହେଲେ ପରିଶେଷରେ ବହୁତ କିଛି ଦିଏ । ଅନ୍ତିମ ଯାତ୍ରାର ସକାଳ ଆରମ୍ଭ ।’

ବର୍ତ୍ତମାନ ସୋସିଆଲ ମିଡିଆରେ ଅନ୍ତିମର ଟିଜର ଭିଡିଓ ଟ୍ରେଣ୍ଡ କରିବାରେ ଲାଗିଛି । ଫ୍ୟାନ୍ସ କମେଣ୍ଟ କରି ଦୁଇଜଣଙ୍କ ପ୍ରଶଂସା କରୁଛନ୍ତି । ଆପଣ ବି ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.