ମୁମ୍ବାଇ: ଏବେ ଭାରତରେ କୋରୋନା ଭାଇରସର ଭୟ। ଏଯାବତ ଭାରତରେ 29 ଜଣ କୋରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇସାରିଲାଣି। ଯାହାକୁ ନେଇ ଭୟଭୀତ ପୁରା ଦେଶବାସୀ। ରାଜନେତାଙ୍କଠୁ ନେଇ ବଲିଉଡ ସେଲିବ୍ରିଟି କୋରୋନା ଭାଇରସ ଉପରେ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଏହାସହ ଏଥିରୁ କିପରି ନିଜକୁ ରକ୍ଷା କରାଯିବ ତାର ଉପାୟ ମଧ୍ୟ ସମସ୍ତଙ୍କୁ ଜଣାଉଛନ୍ତି। ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ବି-ଟାଉନର ଭାଇଜାନ ସଲମାନ ଖାନ। ସେ ଏଥିରୁ ବଞ୍ଚିବା ପାଇଁ ପରାର୍ମଶ ଦେଇଛନ୍ତି। ତାଙ୍କର ଏହି ପରାର୍ମଶ ଭାରତୀୟ ସଭ୍ୟତାକୁ ମନେ ପକାଇଦେବ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ନିଜର ଏକ ଜିମ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ହାତ ଯୋଡି ବସିଥିବାର ନଜର ଆସୁଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ନମସ୍କାର, ଆମ ସଭ୍ୟତାରେ ନମସ୍କାର ଓ ସଲାମ ଅଛି। ଯେବେ କୋରୋନା ଭାଇରସ ଶେଷ ହୋଇଯିବ, ହାତ ମିଳାଇବା ସହ ଆଲିଙ୍ଗନ କରିବ।’
ପ୍ରକାଶ ଥାଉକି ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ବର୍ତ୍ତମାନ ଅନେକ ଦେଶରେ ବ୍ୟାପି ସାରିଲାଣି । ଏହି ସଂକ୍ରମଣରେ ସଂକ୍ରମିତ ହୋଇଥିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି।