ହାଇଦ୍ରାବାଦ: ଶେଷ ହୋଇଯାଇଛି ବିକି କୌଶଲ ଓ ସୁନ୍ଦରୀ କ୍ୟାଟ୍ରିନା କୈଫଙ୍କ ବିବାହ (Vicky-Katrina Wedding) । ସାତ ଜାନ୍ମର ସାଥି ହୋଇଛନ୍ତି ଉଭୟ । ରାଜସ୍ଥାନର ସିକ୍ସ ସେନ୍ସ ଫୋର୍ଟ ହୋଟେଲ (Six Senses Fort Hotel )ରେ ବିବାହ ଶେଷ ହୋଇଛି ଏବଂ ଆଜି ଏହି ଦମ୍ପତି ଏକ ହାଇ ପ୍ରୋଫାଇଲ୍ ରିସେପ୍ସନର ଆୟୋଜନ ହେବ ।
ତେବେ ଗତକାଲି ବିବାହର ଫଟୋ ଭାଇରାଲ ହେବା ପରେ ଉଭୟଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ବଲିଉଡର କଳାକାର ମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି । ସଲମାନ ଖାନ ଓ ଚକୋଲେଟ ବଏ ରଣବୀର କାପୁରଙ୍କୁ ଛାଡି ଦେଲେ ବହୁ କଳାକାର ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ କ୍ୟାଟ୍ରିନାଙ୍କ ସହ ସଲମାନ ଓ ରଣବୀର ରେଲେସନସିପରେ ଥିବା ଚର୍ଚ୍ଚା ହେଉଥିଲା । ତେବେ ବିକିଙ୍କ ସହ କ୍ୟାଟଙ୍କ ବିବାହ ସରିଥିଲେ ମଧ୍ୟ ସଲମାନ ଓ ରଣବୀର କେହିବି ଶୁଭେଚ୍ଛା ଜଣାଇନାହାନ୍ତି ।
ଏହା ବି ପଢନ୍ତୁ:-Vickat Wedding Update: ୮୦ କୋଟିରେ ବିବାହ ଭିଜୁଆଲ ନେଲା Amazon
ଗତାକଲି ରାତିରେ ବିବାହ ସରିବା ପରେ କ୍ୟାଟ୍ରିନା ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ପ୍ରିୟଙ୍କା ଚୋପ୍ରା, ହ୍ରିତିକ ରୋଶନ, ଆଲିଆ ଭଟ୍ଟ, ଜାନଭି କପୁର, ଗାଇଗର ସ୍ରଫ, ମନିସ ମଲହୋତ୍ରା , କରିନା କପୁର, ପରିଣିତି ଚୋପ୍ରା, ସୋନମ କପୁରଙ୍କ ଭଳି ଷ୍ଟାର କଳାକାର ଶୁଭେଚ୍ଛା ଜଣାଇଛନ୍ତି ।