ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଆସିବାର କିଛି ଘଣ୍ଟା ପରେ ସୋସିଆଲ ମିଡିଆରେ ତାଙ୍କ ମୃତଦେହର ଫଟୋ ଭାଇରାଲ ହେବାରେ ଲାଗିଥିଲା ।
ସୁଶାନ୍ତଙ୍କ ମୃତଦେହର ଫଟୋଗୁଡ଼ିକ ଅନିୟମିତ ଭାବରେ ସେୟାର କରାଯାଉଛି । ଯାହାକୁ ନେଇ ସମସ୍ତେ ବିରକ୍ତ ହୋଇଥିଲେ ଏବଂ ଏହାକୁ ରୋକିବା ପାଇଁ କେହି ପଦକ୍ଷେପ ମଧ୍ୟ ନେଇ ନାହାଁନ୍ତି ।
ନିକଟରେ, ଏହାକୁ ରୋକିବା ପାଇଁ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଛିଚୋରେ' ର ନିର୍ମାତା ସାଜିଦ ନାଡିଆୱାଲା ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିଲେ ଏବଂ ଏହି ଫଟୋଗୁଡ଼ିକର ପ୍ରସାର ବନ୍ଦ କରିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ । ସାଜିଦ ଏହା ପାଇଁ ଏକ ଚିଠି ମଧ୍ୟ ପଠାଇଥିଲେ ।
ଏହି ଚିଠି ପଠାଯିବା ପରେ, ତୁରନ୍ତ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମହାରାଷ୍ଟ୍ର ପୋଲିସର ସାଇବର ବିଭାଗ ସୁଶାନ୍ତଙ୍କ ମୃତଦେହର ଫଟୋଗୁଡିକୁ ଜନସାଧାରଣଙ୍କ ମଧ୍ୟରେ ସେୟାର ନକରିବାକୁ ଚେତାବନୀ ଦେଇଛନ୍ତି ।
ପୋଲିସ ଅଫିସିଆଲି ଚେତାବନୀ ଦେଇଛନ୍ତି ଯେ, ଏହି ଫଟୋ ସେୟାର କରିଥିବା ଲୋକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।