ETV Bharat / sitara

400 କର୍ମଚାରୀଙ୍କୁ ବୋନସ ଦେବେ ସାଜିଦ ନାଡିଆଡୱାଲା

author img

By

Published : Apr 7, 2020, 5:43 PM IST

ପ୍ରଯୋଜକ ସାଜିଦ ନାଡିଆଡୱାଲା ତାଙ୍କ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି । ଫଳରେ ସେମାନେ ପିଏମ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପଠାଇପାରିବେ ବୋଲି ସେ କହିଛନ୍ତି ।

400 କର୍ମଚାରୀଙ୍କୁ ବୋନସ ଦେବେ ସାଜିଦ ନାଡିଆଡୱାଲା
400 କର୍ମଚାରୀଙ୍କୁ ବୋନସ ଦେବେ ସାଜିଦ ନାଡିଆଡୱାଲା

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ଦିନ ମଜୁରିଆଙ୍କ ପାଇଁ ଆଗେଇ ଆସିଛନ୍ତି ବଲିଉଡର ଅନେକ କଳାକାର । ସମସ୍ତଙ୍କ ପାଇଁ ସେଲିବ୍ରିଟିମାନେ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ଅନେକ ଫିଲ୍ମ ଆସୋସିଏସନ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଛନ୍ତି ।

ଏହି ଅବସରରେ ପ୍ରସିଦ୍ଧ ପ୍ରଯୋଜକ ସାଜିଦ ନାଡିଆଡୱାଲା ତାଙ୍କ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି । ତାଙ୍କ ପ୍ରଡକ୍ସନ କମ୍ପାନୀ ନାଡିଆଡୱାଲା ଗ୍ରାଣ୍ଡସନରେ କାମ କରୁଥିବା 400 କର୍ମଚାରୀଙ୍କୁ ସେ ଏହି ବୋନସ ଦେବେ । ଫଳରେ ସେମାନେ ପିଏମ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପଠାଇପାରିବେ ବୋଲି ସେ କହିଛନ୍ତି ।

ଟ୍ବିଟର ଆକାଉଣ୍ଟରେ ଏହି ବିଷୟରେ ସେ ସୂଚନା ଦେଇଛନ୍ତି । ପ୍ରଯୋଜନା ସଂସ୍ଥାର କର୍ମଚାରୀ ଯେପରି ପିଏମ କେୟାର୍ସ ଫଣ୍ଡକୁ ଦାନ କରିପାରିବେ ସେଥିପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହ ସେମାନଙ୍କ ମାସକର ଦରମା ଆଗୁଆ ଦେବା ସହ ଏହି ବୋନସ ଦେବେ । ବୋନସ ଅର୍ଥରୁ କିଛି ନିଜ ଚଳିବା ପାଇଁ ରଖି ବାକି ଫଣ୍ଡକୁ ଦେବା ପାଇଁ ସାଜିଦ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.