ETV Bharat / sitara

ଜୁନରେ 'ଜୱାନି ଜାନେମନ'ର ସୁଟିଂ ଆରମ୍ଭ

ଆସନ୍ତା ଜୁନରେ ଲଣ୍ଡନରେ ଜୱାନି ଜାନେମନର ଶୁଟିଂ ଆରମ୍ଭ ହେବ । ମୁଖ୍ୟ ଚରିତ୍ରରେ ନଜର ଆସିବେ ସୈଫ ଅଲ୍ଲୀ ଖାନ ଓ ତବୁ ।

author img

By

Published : May 6, 2019, 9:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସୈଫ ଅଲ୍ଲୀ ଖାନ ଅଭିନିତ ଫିଲ୍ମ 'ଜୱାନି ଜାନେମନ'ର ଲଣ୍ଡନରେ ସୁଟିଂ ଆସନ୍ତା ଜୁନରୁ ଆରମ୍ଭ ହେବ । ଫିଲ୍ମରେ ସୈଫଙ୍କ ସହ ତବୁ ସ୍କ୍ରିନ ସେୟାର କରିବେ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନୋଟବୁକର ନିର୍ଦ୍ଦେଶକ ନିତିନ କକ୍କର ।

ଫିଲ୍ମର ପ୍ରଯୋଜନା ଅନେକ ପ୍ରଡକ୍ସନ ହାଉସ କରୁଛି । ଜ୍ୟାକି ଭଗନ୍ନାନିଙ୍କ ପୂଜା ଏଣ୍ଟରଟେନମେଣ୍ଟ, ସୈଫଙ୍କ ବ୍ଲାକ ନାଇଟ ଫିଲ୍ମ ଓ ଜୟ ସୈୱକ୍ରମନିଙ୍କ ନର୍ଥନ ଲାଇଟ୍ସ ଫିଲ୍ମ ମିଶି ଏହାର ପ୍ରଯୋଜନା କରୁଛନ୍ତି ।

ତେବେ ସୈଫଙ୍କ ପାଇଁ 2019 କାଫି ବ୍ୟସ୍ତବହୁଳ ରହିଛି । ସୈଫ ଏବେ 'ତାନାଜୀ' ଉପରେ କାମ କରୁଛନ୍ତି । ଏଥିରେ ସୈଫଙ୍କ ସହ ଅଜୟ ଦେୱଗନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅନ୍ୟ ଏକ ଫିଲ୍ମ 'ଦିଲ ବେଚାରା' ପାଇଁ ଜୋରସୋର କାମରେ ଲାଗିଛନ୍ତି ସୈଫ । ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ସ୍କ୍ରିନ ସେୟାର କରିବେ ସୈଫ ।

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.