ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ସୈଫ ଅଲ୍ଲୀ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ତାନାଜୀ’ ବର୍ତ୍ତମାନ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି । ଫିଲ୍ମର ଶାନଦାର ପ୍ରଦର୍ଶନ ପାଇଁ ଅନେକ ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି କରିଦିଆଯାଇଛି । ଫିଲ୍ମରେ ସୈଫ ଓ ଅଜୟ ଦେବଗଙ୍କ ଦମଦାର ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଏହାବ୍ୟତୀତ ସୈଫ ନିଜ ଆଗାମୀ ଫିଲ୍ମ ‘ଜୱାନୀ ଜାନେମନ’କୁ ନେଇ ମଧ୍ୟ ଚର୍ଚ୍ଚାରେ ।
ଫିଲ୍ମରେ ତାଙ୍କୁ ପ୍ଲେବୟ ଅବତାରରେ ଦେଖିବାକୁ ମିଳିବ । ଇଦିମଧ୍ୟରେ ଫିଲ୍ମ ‘ଜୱାନୀ ଜାନେମନ’ର ପାର୍ଟି ସଙ୍ଗ ‘ଓଲେ ଓଲେ’ ରିଲିଜ ହୋଇଯାଇଛି । ଆଜ୍ଞା ହଁ, ସୈଫ ପୁଣିଥରେ ନିଜ ସିଗ୍ନେଚର ସଙ୍ଗ ‘ଓଲେ ଓଲେ’ର ନୂଆ ଭର୍ସନ ‘ଓଲେ ଓଲେ 2.0’ରେ ଚହଳ ସୃଷ୍ଟି କରିଛନ୍ତି ।
ଗୀତରେ ସୈଫଙ୍କ ଫନ୍ନି ଅବତାର ଏବଂ ତାଙ୍କ ପାର୍ଟି ମୁଡ ଖୁବ୍ କମାଲ ଲାଗୁଛି । ଗୀତର ଭିଡିଓରେ ପାର୍ଟି, କ୍ଲବ ଆଉ ସୈଫଙ୍କ ଅନ୍ଦାଜ ଦର୍ଶକଙ୍କ ମନ କିଣିବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ‘ଓଲେ ଓଲେ 2.0’ ।
- " class="align-text-top noRightClick twitterSection" data="">
ଗୀତଟିକୁ ଗାଇଛନ୍ତି ଅମିତ ମିଶ୍ରା । ସେହିପରି ତାନିଷ୍କ ବାଗଚୀ ଗୀତରେ ମ୍ୟୁଜିକର ତଡକା ଲଗାଇଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି ସବ୍ବର ଅହମ୍ମଦ । ଗୀତରେ ଯେଉଁଠି ପୁରୁଣା ବିଟ୍ସ ଦର୍ଶକଙ୍କୁ ପସନ୍ଦ ଆସୁଛି, ସେହିଠାରେ ଏହାର ନୂଆ କଲେଭର ୟୁଥଙ୍କ ନାଚିବାକୁ ବାଧ୍ୟ କରୁଛି । ‘ଜୱାନୀ ଜାନେମନ’ରେ ସୈଫଙ୍କ ବ୍ୟତୀତ ଅଭିନେତ୍ରୀ ତବ୍ବୁ ଓ ପୂଜା ବେଦୀଙ୍କ ଝିଅ ଅଲିୟା ଫର୍ଣ୍ଣିଚରୱାଲା ଡେବ୍ୟୁ କରିବାକୁ ଯାଉଛନ୍ତି ।