ରାୟପୁର: ବଚପନ କା ପ୍ୟାର(Bachpan Ka Pyaar) ଗୀତରୁ ରାତାରାତି ଲୋକପ୍ରିୟତା ହାସଲ କରିଥିବା ସିଙ୍ଗର ସହଦେବ ଦିର୍ଦ୍ଦୋ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଏକ ଭିଡ଼ିଓ ମାଧ୍ୟମରେ ନିଜ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଭିଡ଼ିଓ ମାଧ୍ୟମରେ ସେ ଡାକ୍ତର ଓ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
28 ଡିସେମ୍ବରରେ ସୁକମାରେ ସହଦେବଙ୍କର ହୋଇଥିଲା ଦୁର୍ଘଟଣା:-
ଗତ 2021 ଡିସେମ୍ବର 28 ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସହଦେବ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ସହଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କ ଚିକିତ୍ସା ପ୍ରଥମେ ସୁକମା ହସ୍ପିଟାଲ ଓ ପରେ ଡିମରାପାଲ ହସ୍ପିଟାଲରେ ହୋଇଥିଲା । ଯେତେବେଳେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ନଥିଲା, ଏହାପରେ ସହଦେବଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ସୁସ୍ଥ ହୋଇଥିଲେ ସେ ।
ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଜଣାଇଲେ କୃତଜ୍ଞତା:-
ସହଦେବ ସୁସ୍ଥ ହେବା ପରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ରିଲିଜ କରିଛନ୍ତି । ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, 'ମୋ ପାଇଁ ପ୍ରାର୍ଥନା କରି ମୋତେ ଭଲ କାମନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।' ଭିଡିଓ ବାର୍ତ୍ତାରେ ସହଦେବ ଲେଖିଛନ୍ତି ଯେ ଶବ୍ଦ ଯଥେଷ୍ଟ ହେବ ନାହିଁ । ଆପଣଙ୍କର ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଡଃ ଦେବେନ୍ଦ୍ର ନାୟକ ସାରଙ୍କୁ ମଧ୍ୟ ସେ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।
ରାପର ବାଦଶାହ ମଧ୍ୟ କରିଥିଲେ କାମନା:-
ଏହି ଭିଡିଓରେ ସହଦେବ କହିଛନ୍ତି- 'ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।' ଭିଡିଓ ବାର୍ତ୍ତାରେ ସହଦେବ ହସୁଥିବା ଦେଖିବାକୁ ମିଳିଛି । ରାପର ବାଦଶାହ ଏହା ଉପରେ ମନ୍ତବ୍ୟ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦୁର୍ଘଟଣା ପରେ ବାଦଶାହ ସହଦେବଙ୍କୁ ବହୁତ ସାହାଯ୍ୟ କରିଥିଲେ । ସେ ତାଙ୍କ ଚିକିତ୍ସା ଉପରେ ମଧ୍ୟ ନଜର ରଖିଥିଲେ। ପ୍ରତ୍ୟେକ ମୁହୂର୍ତ୍ତରେ ଅପଡେଟ୍ ନେଉଥିଲେ ବାଦଶାହ । ଫଳସ୍ବରୂପ, ସହଦେବଙ୍କୁ ଭଲ ଚିକିତ୍ସା କରାଯାଇଥିଲା ଏବଂ ସେ ସୁସ୍ଥ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ