ETV Bharat / sitara

‘ସଡ଼କ 2’ ସେଟରୁ ଭାଇରାଲ ହେଲା ଆଦିତ୍ୟ ଓ ଆଲିୟାଙ୍କ ଫଟୋ

ଖୁବଶୀଘ୍ର ରୋମାଣ୍ଟିକ ଫିଲ୍ମରେ ପୁଣି ଏକାଠି ନଜର ଆସିବେ ଆଦିତ୍ୟ ରୟ କପୁର ଓ ଆଲିୟା ଭଟ୍ଟ । ‘ସଡ଼କ 2’ ସିକ୍ବେଲ ଫିଲ୍ମକୁ ନେଇ ଉତ୍ସାହିତ ଫ୍ୟାନ୍ସ ।

author img

By

Published : Sep 24, 2019, 9:44 PM IST

Updated : Sep 24, 2019, 10:48 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ମୁମ୍ବାଇ: ଜୋରସୋରରେ ଚାଲିଛି ମହେଶ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ସଡକ 2’ର ସୁଟିଂ । ଫିଲ୍ମରେ ମୁଖ୍ୟ ଭୂମିକାରେ ଆଲିୟା ଭଟ୍ଟ, ଆଦିତ୍ୟ ରାୟ କପୁର, ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ । ପ୍ରଥମଥର ପିତା ମହେଶଙ୍କ ନିର୍ଦ୍ଦେଶନାରେ କାମ କରୁଛନ୍ତି ଆଲିୟା । ଯାହାକୁ ନେଇ ନର୍ଭସ ଅଛନ୍ତି ବୋଲି ନିକଟରେ ସୋସିଆଲ ମିଡିଆରେ ସେୟାର କରିଥିଲେ ଆଲିୟା ।

photo-1
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ ଫ୍ୟାନକ୍ଲବ

ଇତିମଧ୍ୟରେ ଫିଲ୍ମ ସେଟରୁ ଆଦିତ୍ୟ ଓ ଆଲିୟାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମହେଶଙ୍କ ନିର୍ଦ୍ଦେଶନାରେ ସୁଟିଂ କରିବାରେ ବ୍ୟସ୍ତ ନଜର ଆସୁଛନ୍ତି ଏହି ଯୋଡି ।

photo-2

‘ସଡ଼କ-2’ ଫିଲ୍ମକୁ ନେଇ ଏକ୍ଟାଇଟେଡ ଅଛନ୍ତି ଦର୍ଶକ । କାରଣ ସଞ୍ଜୟ ଓ ପୂଜାଙ୍କ 1991ରେ ଆସିଥିବା ବ୍ଲକବଷ୍ଟର ଫିଲ୍ମ ସଡ଼କର ଏହା ସିକ୍ବେଲ ଫିଲ୍ମ । ଏହି ସିକ୍ବେଲ ଫିଲ୍ମ ଜରିଆରେ ମହେଶ ଦୀର୍ଘ ସମୟ ପରେ ନିର୍ଦ୍ଦେଶନାକୁ କମବ୍ୟାକ କରିଛନ୍ତି । ସେହିପରି ପୂଜା ଓ ସଞ୍ଜୟ ମଧ୍ୟ ଅନେକ ଦିନ ପରେ ଏକାଠି ରୋମାନ୍ସ କରୁଥିବାର ନଜର ଆସିବେ ।

ପ୍ରକାଶ ଥାଉକି ଏହାପୂର୍ବରୁ ଆଲିୟା ଓ ଆଦିତ୍ୟ ନିର୍ମାତା କରନ ଜୋହରଙ୍କ ବିଗ ବଜେଟ ଫିଲ୍ମ ‘କଲଙ୍କ’ରେ କାମ କରିସାରିଛନ୍ତି । ଫିଲ୍ମଟିକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା ।

Intro:Body:

BLANK FOR LINK 

Conclusion:
Last Updated : Sep 24, 2019, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.