ହାଇଦ୍ରାବାଦ: ଉତ୍ତର ପ୍ରଦେଶ ସରକାରଙ୍କ ମଙ୍ଗଳବାର ମନ୍ତ୍ରୀମଣ୍ଡଳ ବୈଠକରେ ବଲିଉଡ ଫିଲ୍ମ ‘ଷାଣ୍ଢ କି ଆଖଁ’କୁ ବିନା ଟ୍ୟାକ୍ସରେ ରିଲିଜ କରିବାକୁ ଘୋଷଣା କରାଯାଇଛି । ଫିଲ୍ମର ରିଲିଜ ପୂର୍ବରୁ ଏହାକୁ ଟ୍ୟାକ୍ସଫ୍ରି କରାଯାଇଛି ।
ଉତ୍ତର ପ୍ରଦେଶର ଭଗପଟର ସୁଟର୍ ଚନ୍ଦ୍ର ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନି ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ଷାଣ୍ଢ କି ଆଖଁ’ । ଦୁହିଁଙ୍କୁ ସାଧାରଣତଃ ‘ସୁଟର୍ ଦାଦି’ ବୋଲି କୁହାଯାଇଥାଏ । ଫିଲ୍ମଟି ମହିଳା ସଶକ୍ତିକରଣ ଉପରେ ପର୍ଯ୍ୟବେଶିତ । ଚନ୍ଦ୍ର ତୋମାର 60 ବର୍ଷ ବୟସରେ ଗନ୍ ଶୁଟିଂ ଶିଖିଥିଲେ ।
ଅନ୍ୟପକ୍ଷେ ରାଜସ୍ଥାନରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସଫ୍ରି କରାଯାଇଛି । ଫିଲ୍ମଟି 25 ଅକ୍ଟୋବରରେ ପରଦାକୁ ଆସିବ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ତୁଷାର ହିରାନନ୍ଦାନୀ । ଫିଲ୍ମଟି ଉତ୍ତର ପ୍ରଦେଶର ହସ୍ତିନାପୁର ଓ ମାଭନାରେ ସୁଟ୍ କରାଯାଇଛି ।