ହାଇଦ୍ରାବାଦ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଆଜିକାଲି ତାଙ୍କ ବୃତ୍ତିଗତ ନୁହେଁ ବରଂ ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ଦିନ ତଳେ ସବା ଆଜାଦଙ୍କୁ ଅଭିନେତାଙ୍କ ସହ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଯେଉଁଭଳି ଭାବରେ ସବାଙ୍କ ହାତ ଧରିଥିଲେ, ପ୍ରଶଂସକମାନେ କଳ୍ପନା କରିବା ଆରମ୍ଭ କରିଥିଲେ ଯେ ବର୍ତ୍ତମାନ ହ୍ରିତିକ ରୋଶନଙ୍କ ଜୀବନରେ ସବା ଆଜାଦଙ୍କ ଏଣ୍ଟ୍ରି ହୋଇଛି । ବର୍ତ୍ତମାନ ହ୍ରିତିକ ରୋଶନଙ୍କ ଦାଦା ରାଜେଶ ରୋଶନ ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋରେ ସବା ହ୍ରିତିକ ରୋଶନଙ୍କ ପୁଅ ଏବଂ ପରିବାରଙ୍କ ସହ ସମୟ ବିତାଉଥିବାର ନଜର ଆସିଥିଲେ ।
- " class="align-text-top noRightClick twitterSection" data="
">
ରାଜେଶ ରୋଶନଙ୍କ ଦ୍ବାରା ସେୟାର ହୋଇଥିବା ଏହି ଫଟୋରେ ହ୍ରିତିକଙ୍କ ବାପା-ମାଆ ରାକେଶ ଏବଂ ପିଙ୍କି ରୋଶନ, ପୁଅ ହିରଦାନ ରୋଶନ ଏବଂ ହାରେନ ରୋଶନ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ଫଟୋରେ ସବା ଆଜାଦଙ୍କ ଉପସ୍ଥିତି ବିଷୟରେ ଅଧିକ ଚର୍ଚ୍ଚା ହେଉଛି । ଫଟୋ ଗୁଡ଼ିକୁ ଦେଖିଲେ ଲାଗୁଛି ଯେପରି ସମସ୍ତେ ମଧ୍ୟାହ୍ନ ଭୋଜନ ପାଇଁ ଏକାଠି ହୋଇଥିଲେ ।
ରାଜେଶ ରୋଶନ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ କଦଳୀ ପତ୍ରରେ ଦକ୍ଷିଣ ଭାରତୀୟ ଖାଦ୍ୟ ପରସା ଯାଇଥିବାର ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ମ୍ୟୁଜିକ୍ କମ୍ପୋଜର ଲେଖିଛନ୍ତି - 'ଖୁସି ସବୁବେଳେ ଆଖପାଖରେ ଥାଏ..ବିଶେଷ କରି ରବିବାର ଦିନ, ବିଶେଷକରି ମଧ୍ୟାହ୍ନ ଭୋଜନ ସମୟରେ।' ହ୍ରିତିକ ରୋଶନ ମଧ୍ୟ ରାଜେଶ ରୋଶନଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି ।
ଦାଦାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ହ୍ରିତିକ୍ ଲେଖିଛନ୍ତି - 'ହାହାହା ସତରେ ଦାଦା !! ଏବଂ ଆପଣ ସବୁଠାରୁ ମଜାଳିଆ ଅଟନ୍ତି । ଏହାପରେ ସବା ଆଜାଦ ଲେଖିଛନ୍ତି- ସବୁଠୁ ଭଲ ରବିବାର। ଯଦିଓ ହ୍ରିତିକ ଏବଂ ସବା ସେମାନଙ୍କ ସମ୍ପର୍କ ବିଷୟରେ ଏକ ଅଫିସିଆଲ୍ ବିବୃତ୍ତି ଜାରି କରିନାହାଁନ୍ତି, ତେବେ ଏଥିରୁ ଜଣାପଡୁଛି ଯେ ହ୍ରିତିକଙ୍କ ପରିବାର ସହିତ ସବାଙ୍କର ଘନିଷ୍ଠ ସମ୍ପର୍କ ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ