ETV Bharat / sitara

ହ୍ରିତିକଙ୍କ ପରିବାରକୁ ନେଇ ରଙ୍ଗୋଲିଙ୍କ ଖୁଲାସା

ହ୍ରିତିକ ରୋଶନଙ୍କୁ ନେଇ ରଙ୍ଗୋଲିଙ୍କ ବଡ ଖୁଲାସା । ହ୍ରିତିକ ନିଜ ଭଉଣୀ ସୁନୈନାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ବୋଲି କହିଛନ୍ତି ରଙ୍ଗୋଲି ।

author img

By

Published : Jun 19, 2019, 4:20 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ କରିଛନ୍ତି ଆଶ୍ଟର୍ଯ୍ୟଜନକ ଖୁଲାସା । ହ୍ରିତିକ ରୋଶନ ଓ ତାଙ୍କ ପରିବାର ସୁନୈନା ରୋଶନଙ୍କୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉଛନ୍ତି ବୋଲି କହିଛନ୍ତି ରଙ୍ଗୋଲି । ଜଣେ ମୁସଲମାନଙ୍କୁ ବାହା ହେବାକୁ ଚାହୁଁଥିବାରୁ ପରିବାର ଦେଉଛି ଯନ୍ତ୍ରଣା ।

ହ୍ରିତିକଙ୍କୁ ସବୁବେଳେ ଟାର୍ଗେଟ କରୁଥିବା ରଙ୍ଗୋଲି ଏଥର କରିଛନ୍ତି ବଡ ଖୁଲାସା । ରୋଶନ ପରିବାର ସୁନୈନାଙ୍କୁ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛନ୍ତି । ଏପରିକି ଜଣେ ଲେଡି ପୋଲିସ ଅଫିସର ସୁନୈନାଙ୍କୁ ମାରିଥିଲେ ମଧ୍ୟ। ଏପରିକି ପିତା ରାକେଶ ରୋଶନ ମଧ୍ୟ ତାଙ୍କୁ ମାରିଛନ୍ତି । ବିବାହ ନକରିବା ପାଇଁ ଅନେକ ଚାପ ପକାଉଛନ୍ତି ବୋଲି ଟ୍ବିଟ କରିଛନ୍ତି ରଙ୍ଗୋଲି ।

rangoli chandel
ଫଟୋ ସୌଜନ୍ୟ: ଟ୍ବିଟର/@Rangoli_A

କଙ୍ଗନା ଓ ସୁନୈନା ଭଲ ସାଙ୍ଗ ହୋଇଥିବା ବେଳେ ସୁନୈନା ସହାୟତା ପାଇଁ କଙ୍ଗନାଙ୍କୁ ଫୋନ କରନ୍ତି ମାତ୍ର କଙ୍ଗନା ଜାଣିନାହାଁନ୍ତି ସୁନୈନାଙ୍କୁ କିପରି ସାହାଯ୍ୟ କରିବେ । ସେଥିପାଇଁ ସେ ସୁନୈନାଙ୍କ ନମ୍ବରକୁ ବ୍ଲକ କରିଛନ୍ତି କାରଣ ଅତୀତରେ ରୋଶନ ପରିବାର କଙ୍ଗନାଙ୍କୁ ମଧ୍ୟ ଅନେକ ଅତ୍ୟାଚାର କରିଛନ୍ତି ସେଥିପାଇଁ କଙ୍ଗନା ଏସବୁରୁ ଦୂରେଇ ରହୁଛନ୍ତି ବୋଲି ମଧ୍ୟ ରଙ୍ଗୋଲି ଟ୍ବିଟ କରିଛନ୍ତି । କିନ୍ତୁ ରଙ୍ଗୋଲି ସୁନୈନାଙ୍କ ସାହାଯ୍ୟ କରିବା ପାଇଁ ସୋସିଆଲ ମିଡିଆର ସହାୟତା ନେଇଛନ୍ତି ଓ ସବୁ କଥାକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି ।

ଏପରିକି, ସୁନୈନା ଟ୍ବିଟ କରି କଙ୍ଗନାଙ୍କ ସପୋର୍ଟରେ ଅଛନ୍ତି ବୋଲି ମଧ୍ୟ କହିଥିଲେ । ପ୍ରକାଶଥାଉକି,ପୂର୍ବରୁ ଶୁଣିବାକୁ ମିଳୁଥିଲା ସୁନୈନାଙ୍କୁ ବାଇପୋଲାର ରୋଗ ହୋଇଛି ମାତ୍ର ସୁନୈନା ଏହାକୁ ଖଣ୍ଡନ କରିଥିଲେ କିନ୍ତୁ ଆଲକୋହଲ କାରଣରୁ ତାଙ୍କ ଦେହ ଖରାପ ଅଛି ବୋଲି ସେ କହିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.