ETV Bharat / sitara

NCBରେ ପୁଣି ହାଜର ହେବେ ରିୟା, ଆଜି ଅଭିଯୁକ୍ତଙ୍କ ସହ ହେବ ଫେସ ଟୁ ଫେସ୍

author img

By

Published : Sep 7, 2020, 9:15 AM IST

ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସକାଳ 10.30 ସୁଦ୍ଧା ଏନସିବି ସମ୍ମୁଖରେ ହାଜର ହେବାକୁ ପଡ଼ିବ। ଏହି ସମୟରେ ରିୟା ଏବଂ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ମୁହାଁମୁହିଁ ହୋଇପାରନ୍ତି।

ଏନସିବିରେ ପୁଣି ହାଜର ହେବେ ରିୟା, ଅଭିଯୁକ୍ତଙ୍କ ସହ ହେବ ଫେସ ଟୁ ଫେସ୍

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ଆଜି(ସୋମବାର) ସକାଳ 10.30 ସୁଦ୍ଧା ଏନସିବି ସମ୍ମୁଖରେ ହାଜର ହେବାକୁ ପଡ଼ିବ। ଏହି ସମୟରେ ରିୟା ଏବଂ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ମୁହାଁମୁହିଁ ହୋଇପାରନ୍ତି। ତେବେ ଡ୍ରଗ୍ସ ଚାଟ୍ ମାମଲାରେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ରବିବାର ସାଢେ 6 ଘଣ୍ଟା କାଳ ପ୍ରଶ୍ନ କରିଛି। ସୂଚନାନୁସାରେ, ଏହି ପଚରାଉଚୁରାରେ ରିୟା ସୁଶାନ୍ତଙ୍କ ଘରକୁ ଡ୍ରଗ୍ସ ଆସିଥିବା ସ୍ୱୀକାର କରିଛନ୍ତି। ହେଲେ ରିୟାଙ୍କ ଉତ୍ତରରେ ଏନସିବି ସନ୍ତୁଷ୍ଟ ନୁହେଁ।

ଏପଟେ ଏନସିବି ସୁଶାନ୍ତଙ୍କ ଘର ପରିଚାଳକ ଦୀପେଶ ସାୱନ୍ତଙ୍କୁ 9 ସେପ୍ଟେମ୍ବର ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛନ୍ତି। ଦୀପେଶ ପ୍ରକାଶ କରିଥିଲେ ଯେ ସେ ରିୟା ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ଆଣୁଥିଲେ।ରିୟାଙ୍କ ଓକିଲ ସତୀଶ କୋର୍ଟରେ ଦାବି କରିଛନ୍ତି ଯେ ରିୟାଙ୍କୁ ଭେଟିବା ପୂର୍ବରୁ ସୁଶାନ୍ତ ଡ୍ରଗ୍ସ ନେଉଥିଲେ। 20 ବର୍ଷ ବୟସରୁ ସୁଶାନ୍ତ ମାନସିକ ରୋଗରେ ପୀଡିତ ଥିଲେ। ମନାସିନ୍ଦ କୋର୍ଟରେ ଏକ ବିବୃତ୍ତି ଦେଇଛନ୍ତି ଯେ ରିୟା ଏବଂ ସୁଶାନ୍ତଙ୍କ ଡାକ୍ତରଙ୍କୁ ନପଚାରି ଔଷଧ ଖାଇବାକୁ ନେଇ ଝଗଡା ହୋଇଥିଲା। ତେଣୁ ରିୟା ଘରଛାଡି ଚାଲିଗଲେ।

ତେବେ ଏହି ସମୟରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ମୁମ୍ବାଇର ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ସିବିଆଇ ଦ୍ୱାରା ସୁଶାନ୍ତଙ୍କ ବନ୍ଧୁ ମହେଶ ଶେଟ୍ଟୀ ଏବଂ ଜାମିଲାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସୂଚନା ଅନୁଯାୟୀ, ଜୁନ୍ 14 ରେ ସୁଶାନ୍ତଙ୍କ ମୃତଦେହ ମିଳିବା ପରେ ସୌଭିକଙ୍କ ପ୍ରେମିକା ଜାମିଲା ମଧ୍ୟ ସୁଶାନ୍ତଙ୍କ ଘରକୁ ଯାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.