ETV Bharat / sitara

କାନ୍ଦି କନ୍ଦାଇଲେ ରିତେଶ, ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଘୁରିବୁଲୁଛି ରିତେଶଙ୍କ ନୂଆ ଟିକଟକ ଭିଡିଓ । ଏଥର କୌଣସି କମେଡି ନୁହେଂ ବରଂ ପିତାଙ୍କ ଜନ୍ମ ବାର୍ଷିକୀରେ ଦୁଃଖି ନଜର ଆସୁଛନ୍ତି ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିତେଶ ଦେଶମୁଖ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିତେଶ ଦେଶମୁଖ
author img

By

Published : May 27, 2020, 5:56 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ରିତେଶ ଦେଶମୁଖ ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାଶ ରାଓ ଦେଶମୁଖଙ୍କ ପାଇଁ ଭାବବିହ୍ବଳ ନଜର ଆସୁଛନ୍ତି । ପିତାଙ୍କ 75ତମ ଜନ୍ମ ବାର୍ଷିକୀରେ ସେ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଦେଇ ଦୁଃଖ ପ୍ରକାଶ କରିଛନ୍ତି। ମଙ୍ଗଳବାର ବିଲାଶଙ୍କ 75ତମ ଜନ୍ମ ବାର୍ଷିକୀ ଥିଲା ।

ଭିଡିଓରେ ରିତେଶ ତାଙ୍କ ପିତାଙ୍କ ଜ୍ୟାକେଟରେ ହାତ ରଖିଥିବାର ନଜର ଆସିଛନ୍ତି। ଏହାସହ ସେ ମଧ୍ୟ ତାଙ୍କ କୁର୍ତ୍ତାକୁ ଆଲିଙ୍ଗନ କରିଛନ୍ତି।

ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଜନ୍ମ ବାର୍ଷିକୀର ଶୁଭେଚ୍ଛା ପାପା। ମୁଁ ଆପଣଙ୍କୁ ପ୍ରତିଦିନ ମନେ ପକାଉଛି।’

ସେପଟେ ରିତେଶଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନିଲିୟା ଡିସୁଜା ମଧ୍ୟ ଶଶୁରଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ତାଙ୍କୁ ମନେ ପକାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘ରିୟାନଙ୍କ ଶିକ୍ଷକ ତାଙ୍କୁ ପଚାରିଥିଲେ ଆପଣ କଣ ପାଇଁ ଗର୍ବିତ। ସେ କହିଥିଲେ ମୋ ଅଜୋବାଙ୍କ ପାଇଁ। ଆମେ ଆପଣଙ୍କୁ ସବୁବେଳେ ଅନୁଭବ କରୁଛୁ। ଏକଥା ବି ଜାଣିଛୁ ଯେ ତୁମେ ଯେଉଁଠାରେ ଅଛ ଆମକୁ ଦେଖୁଛ। ଆପଣ ଆମ ସହ ଅଛନ୍ତି ଏବଂ ଆମେ ଆପଣଙ୍କୁ ପ୍ରତିଦିନ ଅନୁଭବ କରୁଛୁ। ଜନ୍ମ ବାର୍ଷିକୀରେ ଶୁଭେଚ୍ଛା ପାପା।’

ପ୍ରକାଶ ଥାଉକି ବିଲାଶ ରାଓ ଦେଶମୁଖ ଦୁଇଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ । 2012ରେ ଦେହାନ୍ତ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.