ETV Bharat / sitara

ଶାହରୁଖଙ୍କ ସିଗ୍ନେଚର ପୋଜରେ ରିତେଶ, ଫଟୋ ଭାଇରାଲ

author img

By

Published : Mar 8, 2020, 3:52 AM IST

ଟ୍ବିଟରରେ ଫଟୋ ସେୟାର କରି ଚର୍ଚ୍ଚାରେ ରିତେଶ ଦେଶମୁଖ । ଆକ୍ସନ ମଧ୍ୟରେ ରୋମାନ୍ସର ତଡକା ଲଗାଇ ଜିତିଲେ ଫ୍ୟାନ୍ସଙ୍କ ମନ।

riteish deshmukh
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିତେଶ ଦେଶମୁଖ

ମୁମ୍ବାଇ: ଟାଇଗର ଶ୍ରଫ ଓ ରିତେଶ ଦେଶମୁଖଙ୍କ ଆକ୍ସନଭରା ଫିଲ୍ମ ‘ବାଗି 3’ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ କ୍ରେଜ ମଧ୍ୟ ଦେଖିବାକୁ ମିଳୁଛି। ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଫିଲ୍ମରେ ଟାଇଗର, ରିତେଶଙ୍କ ସାନ ଭାଇ ଭୂମିକାରେ ଅଭିନୟ କରୁଛନ୍ତି । ପୂର୍ବରୁ ରିତେଶ ଫିଲ୍ମ ସେଟରୁ ଅନେକ ଫଟୋ ଓ ଭିଡିଓ ସେୟାର କରିସାରିଛନ୍ତି । ଆଉ ଏବେ ନିଜର ଏକ ରୋମାଣ୍ଟିକଭରା ଫଟୋ ସେୟାର କରି ଚର୍ଚ୍ଚାରେ ସେ । ଯେଉଁଥିରେ ସେ କିଙ୍ଗ ଖାନ ଶାହରୁଖଙ୍କ ସିଗ୍ନେଚର ପୋଜ ଦେଉଥିବାର ନଜର ଆସୁଛନ୍ତି।

photo
ଫଟୋ ସୌଜନ୍ୟ: ଟ୍ବିଟର@ରିତେଶ ଦେଶମୁଖ

ଟ୍ବିଟର ଆକାଉଣ୍ଟରେ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଆକ୍ସନ ମଧ୍ୟରେ ଟିକେ ରୋମାନ୍ସ।’ ଫଟୋରେ ସେ ଦୁଇଟି ଟ୍ୟାଙ୍କ ଉପରେ ଠିଆ ହୋଇ ଶାହରୁଖଙ୍କ ସିଗ୍ନେଚର ପୋଜ ଦେଇଛନ୍ତି । ଯାହାକୁ ବର୍ତ୍ତମାନ ଫ୍ୟାନ୍ସ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ‘ବାଗି 3’ ଭାରତରେ 4400 ସ୍କ୍ରିନରେ ରିଲିଜ ହୋଇଛି । ସେହିପରି ବିଦେଶରେ ଫିଲ୍ମକୁ ପାଖାପାଖି 1100 ସ୍କ୍ରିନ ମିଳିଛି। ସମୁଦାୟ ଫିଲ୍ମକୁ ୱାର୍ଲ୍ଡୱାଇଡ 5500 ସ୍କ୍ରିନ୍ସରେ ରିଲିଜ କରାଯାଇଛି। ଯାହା ଟାଇଗରଙ୍କ ଜୀବନର ସବୁଠାରୁ ବଡ ରିଲିଜ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ଅହମ୍ମଦ ଖାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.