ETV Bharat / sitara

ରିତେଶଙ୍କ ନୂଆ ଟିକଟକ ଭିଡିଓ ଭାଇରାଲ

author img

By

Published : May 24, 2020, 7:59 PM IST

ରିତେଶ ଦେଶମୁଖ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସୁପରହିଟ୍ ଗୀତ 'ଦିଲ ମେ ବଜି ଗିତାର' ଗୀତରେ ନାଚୁଛନ୍ତି ଏବଂ ଏହାସହିତ ସେ ନୂତନ କୌଶଳ ମଧ୍ୟ ଦେଖାଉଛନ୍ତି । ତାଙ୍କର ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ...

riteish deshmukh latest tiktok video viral on internet
ରିତେଶଙ୍କ ନୂଆ ଟିକଟକ ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଷ୍ଟାଇଲରେ ଦେଖିବାକୁ ମିଳୁଛି ।

ଏକ ସ୍ୱତନ୍ତ୍ର କୌଶଳ ମାଧ୍ୟମରେ ରିତେଶ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହି ଭିଡିଓରେ ରିତେଶ ତାଙ୍କ ସୁପରହିଟ୍ ଗୀତ 'ଦିଲ ମେ ବଜି ଗିତାର' ଗୀତରେ ନାଚୁଛନ୍ତି । ଭିଡିଓରେ, ରିତେଶଙ୍କ ହାତ, ପାଦ ଏବଂ ମୁଣ୍ଡ ଆକାଶରେ ଉଡି ଶେଷରେ ତାଙ୍କ ଶରୀର ସହ ଯୋଡି ହେଉଥିବାର ଦେଖିବାକୁ ମିଳିଛି ।

ରିତେଶ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ 9 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି ।

ନିକଟରେ, ରିତେଶ ହେଡୱାକ କରିବା ସମୟର ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ରିତେଶ ସିଡ଼ିରେ ବସିଛନ୍ତି । ଅଳ୍ପ ସମୟ ମଧ୍ୟରେ, ତାଙ୍କ ମୁଣ୍ଡ ତଣ୍ଟିରୁ ଅଲଗା ହୋଇ ପାହାଚରେ ଚାଲିବା ଆରମ୍ଭ କରେ । ଏହି ଭିଡିଓ ମଧ୍ୟ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ଆଜିକାଲି ଏହି ରିତେଶ ସୋସିଆଲ ମିଡିଆରେ ବହୁତ ସମୟ ବିତାଉଛନ୍ତି ଏବଂ ପ୍ରଶଂସକମାନଙ୍କ ମନୋରଞ୍ଜନ କରୁଛନ୍ତି ।

ପ୍ରକାଶ ଥାଉ କି, ରିତେଶଙ୍କୁ ଟାଇଗର ଶ୍ରଫ ଏବଂ ଶ୍ରଦ୍ଧା କପୁରଙ୍କ ସହ ଫିଲ୍ମ 'ବାଗୀ 3' ରେ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.