ମୁମ୍ବାଇ: ଲକଡାଉନ ସମୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଘରେ ଅଛନ୍ତି । ଏହି ଲକଡାଉନ ସମୟରେ ବଲିଉଡ ସମସ୍ତ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ବହୁତ ସମୟ ବିତାଉଛନ୍ତି ।
ଏହି ସମୟରେ ରିତେଶ ଦେଶମୁଖ ଏବଂ ଜେନେଲିଆ ଡିସୋଜାଙ୍କ ଏକ ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହା ଏକ ପୁରୁଣା ଭିଡିଓ କିନ୍ତୁ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ।

ଏହି ଭିଡିଓରେ ଜେନେଲିଆ ରିତେଶଙ୍କୁ ତାଙ୍କ ବିବାହର ଫଟୋ ଦେଖାଉଛନ୍ତି, କିନ୍ତୁ ଏହି ଫଟୋ ଗୁଡ଼ିକୁ ଦେଖି ରିତେଶ ଏକ ଫନି ରିୟାକସନ ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓଟି ବହୁତ ମଜାଳିଆ ଥିଲା ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି ।
ଏହା ପୂର୍ବରୁ ରିତେଶ ଏବଂ ଜେନେଲିଆଙ୍କ ଏକ ଭିଡିଓ ଦେଖିବାକୁ ମିଳିଥିଲା ଯେଉଁଥିରେ ଜେନେଲିଆ ରିତେଶଙ୍କୁ ବେଲଣା କାଠି ଦେଖାଇ ତାଙ୍କୁ ଘର କାମ କରିବାକୁ କହୁଥିଲେ । ଏହି ଭିଡିଓଟି ମଧ୍ୟ ବହୁତ ମଜାଳିଆ ଥିଲା ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ