ETV Bharat / sitara

କୋରୋନା ସଂକ୍ରମିତଙ୍କୁ କଡା ପରାର୍ମଶ ଦେଲେ ବିପାଶା-ରିତେଶ

ମେଡିକାଲରୁ କୋରୋନା ସଂକ୍ରମିତ ରୋଗୀଙ୍କ ପଳାଇବା ଘଟଣା ଉପରେ ରାଗିଲେ ସେଲିବ୍ରିଟି ବିପାଶା ବାସୁ ଓ ରିତେଶ ଦେଶମୁଖ । ଟ୍ବିଟ କରି ସମସ୍ତଙ୍କୁ ଦେଲେ ପରାର୍ମଶ।

riteish deshmukh
ଡିଜାଇନ ଫଟୋ
author img

By

Published : Mar 17, 2020, 10:24 AM IST

ମୁମ୍ବାଇ: ପୁରା ଦୁନିଆରେ କୋରୋନା ଭୟ। ଭାରତରେ ଏଯାବତ ଏହି ରୋଗରେ ସଂକ୍ରମିତ ମାମଲା 116ରେ ପହଞ୍ଚିଲାଣି । କୋରୋନା ଭାଇରସକୁ ନେଇ ବଲିଉଡ ସେଲିବ୍ରିଟି ମଧ୍ୟ ଗମ୍ଭୀର ନଜର ଆସୁଛନ୍ତି। ଇତିମଧ୍ୟରେ ଖବର ଜୋର ଧରିଛି ଯେ କୋରୋନା ଭାଇରସ ସଂକ୍ରମିତ ଲୋକ ମେଡିକାଲରୁ ପଳାଉଛନ୍ତି । ଯାହାଦ୍ବାରା ଅନ୍ୟ ଲୋକଙ୍କ ଭୟ ବଢିଚାଲିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଫେମସ ଅଭିନେତା ରିତେଶ ଦେଶମୁଖ ଓ ବିପାଶା ବାସୁ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ବିପାଶା ଟ୍ବିଟ କରି ଲେଖିଛନ୍ତି, ‘ଲୋକ ଏତେ ଦାୟିତ୍ବହୀନ କିପରି ହେଉପାରୁଛନ୍ତି । ନାଗରିକତା ରୂପେ ଆମ ସମସ୍ତଙ୍କୁ ସଚେତନ ହେବା ଦରକାର। ଆଉ ଦାୟିତ୍ବହୀନ କାମ କରିବା କଥା ନୁହେଁ। ଆମେ ସରକାରଙ୍କୁ ସବୁ ପରିସ୍ଥିତିରେ ସାହାଯ୍ୟ କରିବା ଦରକାର। ଯାହାଦ୍ବାରା ଏପରି ଅବସ୍ଥାରୁ ଆମ ଶୀଘ୍ର ବାହାରିପାରିବା।’

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ବିପାଶା ବାସୁ

ଅନ୍ୟପଟେ ରିତେଶ ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ‘ଏହା ଦାୟିତ୍ବହୀନ କାମ। ସରକାର ଓ ମେଡିକାଲ ପ୍ରଶାସନକୁ ଆପଣଙ୍କ ସାହାଯ୍ୟ କରିବାକୁ ଦିଅନ୍ତୁ। ଆପଣ ନିଜ ବନ୍ଧୁ, ପରିବାର ଓ ଅନ୍ୟ ଲୋକଙ୍କ ସୁରକ୍ଷା ସହ ଖେଳିପାରିବେ ନାହିଁ। ଆମେ ସମସ୍ତେ ସୈନିକ, ଆମକୁ ଏକାଠି ଲଢିବାକୁ ପଡିବ। ଇଣ୍ଡିଆ ୟୁନାଇଟେଡ।’

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ରିତେଶ ଦେଶମୁଖ

ପ୍ରକାଶ ଥାଉକି ମହାରାଷ୍ଟ୍ରରେ ସବୁଠୁ ଅଧିକ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ରାଜ୍ୟ ପ୍ରଶାସନ କିଛି ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳିକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରରେ ଏଯାବତ 37 କେସ ଚିହ୍ନଟ ହୋଇସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.