ETV Bharat / sitara

ପରଲୋକରେ ଅମିତାଭଙ୍କ ସମୁଦୁଣୀ - ଶ୍ବେତା ନନ୍ଦାଙ୍କ ଶାଶୁ ଋତୁ ନନ୍ଦାଙ୍କ ଦେହାନ୍ତ

ଦୁନିଆକୁ ଅଲବିଦା କହିଲେ ଋଷି କପୁରଙ୍କ ଭଉଣୀ ଋତୁ ନନ୍ଦା । ଦୀର୍ଘ ସମୟରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ ସେ । ଅମିତାଭ ବଚ୍ଚନଙ୍କ ଝିଅ ଶ୍ବେତା ନନ୍ଦାଙ୍କ ଶାଶୁ ଥିଲେ ଋତୁ।

ritu nanda  passed away
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା କପୁର
author img

By

Published : Jan 14, 2020, 1:58 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ଭଉଣୀ ତଥା ଅମିତାଭ ବଚ୍ଚନଙ୍କ ସମୁଦୁଣୀ ଋତୁ ନନ୍ଦାଙ୍କ 71 ବର୍ଷରେ ଦେହାନ୍ତ ହୋଇଛି । ଅମିତାଭଙ୍କ ଲାଡଲୀ ଶ୍ବେତା ନନ୍ଦା, ଋତୁଙ୍କ ବୋହୂ । ଏହି ଦୁଃଖଦ ଖବର ସୋସିଆଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି ଋଷିଙ୍କ ଝିଅ ରିଦ୍ଧିମା କପୁର । ସେ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି।

ପିଉସିଙ୍କ ଫଟୋ ସେୟାର କରି ରିଦ୍ଧିମା କ୍ୟାପସନରେ ଲେଖିଛନ୍ତି, ‘ସବୁଠୁ ଦୟାଳୁ ଓ ମହାନ ଲୋକ । ଯାହାଙ୍କୁ ମୁଁ ସାକ୍ଷାତ କରିଥିଲେ । ସେ ଆପଣଙ୍କୁ ଦ୍ବିତୀୟ ଥର ସେମିତି ଅନୁଭବ କରିବାକୁ ଦିଅନ୍ତି ନାହିଁ ଯେମିତି ପୂର୍ବରୁ ଦୁଃଖ ଅନୁଭବ କରିଥିବେ। ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’ ବର୍ତ୍ତମାନ ତାଙ୍କ ମୃତ୍ୟୁରେ ବଲିଉଡ ସେଲିବ୍ରିଟି ମଧ୍ୟ ଶୋକ ପ୍ରକାଶ କରିବାରେ ଲାଗିଛନ୍ତି ।

ରିଦ୍ଧିମାଙ୍କ ପୋଷ୍ଟରେ ଫେମସ ନିର୍ମାତା ଏକତା କପୁର କମେଣ୍ଟ କରି ଲେଖିଛନ୍ତି,‘ ହୃଦୟକୁ ଦୁଃଖ ଦେଲା ଭଳି ଖବର ।’ ପ୍ରକାଶ ଥାଉକି ଗତ ବର୍ଷ ଅଗଷ୍ଟରେ ଶ୍ବେତାଙ୍କ ଶଶୁର ରଞ୍ଜନ ନନ୍ଦାଙ୍କ ମୃତ୍ୟୁ ହୋଇଥିଲା । ଋତୁଙ୍କ ପୁଅ ନିଖିଲ ନନ୍ଦାଙ୍କ ସହ ଶ୍ବେତା ବିବାହ କରିଛନ୍ତି। ଦୀର୍ଘ ସମୟରୁ କ୍ୟାନ୍ସରରେ ରୋଗରେ ପୀଡିତ ଥିଲେ ଋତୁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.