ETV Bharat / sitara

ଦିଲ୍ଲୀ ବାୟୁ ପ୍ରଦୂଷଣର ମଜାକ ଉଡାଇଲେ ଋଷି, ସେୟାର କଲେ ମିମି - ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ନୂଆ ଟ୍ବିଟ

ଅର୍ଜୁନ ରାମପାଲ, ପ୍ରିୟଙ୍କା ଚୋପ୍ରା ପରେ ଏବେ ଦିଲ୍ଲୀ ବାୟୁ ପ୍ରଦୂଷଣ ଉପରେ ମୁହଁ ଖୋଲିଲେ ଋଷି କପୁର। ସେ ଏକ ମିମି ସେୟାର କରି ଚର୍ଚ୍ଚାରେ। ଲୋକଙ୍କୁ ପ୍ରେମରେ ପଡିଛନ୍ତି ନା ଦିଲ୍ଲୀରେ ଅଛନ୍ତି ବୋଲି ପଚାରିଲେ ପ୍ରଶ୍ନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଋଷି କପୁର
author img

By

Published : Nov 5, 2019, 8:41 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି । ସେ ପ୍ରାୟତଃ ସାମଜିକ ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ଟ୍ବିଟରରେ ଦିଅନ୍ତି । ଆଉ ତାଙ୍କ ଟ୍ବିଟ ଆସିବା ମାତ୍ରେ ଭାଇରାଲ ମଧ୍ୟ ହୋଇଯାଏ । ସେ ପୁଣିଥରେ ଏକ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି । ଏଥର ସେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣକୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ତାଙ୍କ ଏହି ଟ୍ବିଟରେ ଅନେକ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।

ଋଷି ଟ୍ବିଟରେ ଦିଲ୍ଲୀ ପ୍ରଦୂଷଣକୁ ଆଧାର କରି ଏକ ମିମି ସେୟାର କରିଛନ୍ତି। ଆଉ ସେଥିରେ ଲେଖାଯାଇଛି, ‘ନିଶ୍ବାସ ନେବାରେ ଅସମାନତା, ଚିନ୍ତା ଲାଗିବା, ଆଖିରେ ଲୁହ ଆସିବା ଆପଣ ପ୍ରେମରେ ପଡିଛନ୍ତି ନା ଦିଲ୍ଲୀରେ ଅଛନ୍ତି’। ଏହି ମିମିକୁ ସେୟାର କରି ଋଷି କ୍ୟାପସନରେ ଲେଖିଛନ୍ତି, ‘ଏକଦମ ସତ କଥା’।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଋଷି କପୁର

ଏହାପୂର୍ବରୁ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମାସ୍କ ପିନ୍ଧି ଦିଲ୍ଲୀରେ ନଜର ଆସିଥିଲେ। ସେହିପରି ଆକ୍ଟର ଅର୍ଜୁନ ରାମପାଲ ମଧ୍ୟ ଦିଲ୍ଲୀର ବାୟୁ ନିଶ୍ବାସ ନେବା ଯୋଗ୍ୟ ନୁହେଁ ବୋଲି ଟ୍ବିଟ କରି ଫ୍ୟାନ୍ସଙ୍କୁ ଜଣାଇଥିଲେ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.