ETV Bharat / sitara

ଦିଲ୍ଲୀ ପରେ ମୁମ୍ବାଇ ମେଡିକାଲରେ ଋଷି

author img

By

Published : Feb 7, 2020, 4:26 AM IST

ନିକଟରେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଅସୁସ୍ଥ ହୋଇଥିଲେ ଋଷି କପୁର । ହେଲେ ସୁସ୍ଥ ହୋଇ ସେ ମୁମ୍ବାଇ ଫେରିବାର ସୂଚନା ପ୍ରଶଂସକକୁ ଦେଇଥିଲେ । ଇତିମଧ୍ୟରେ ପୁଣି ବିଗିଡିଛି ତାଙ୍କ ସ୍ବାସ୍ଥ୍ୟ । ମୁମ୍ବାଇ ମେଡିକାଲରେ ହୋଇଛନ୍ତି ଭର୍ତ୍ତି ।

rishi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଋଷି କପୁର

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁରଙ୍କୁ ନିକଟରେ ଅସୁସ୍ଥତା ପାଇଁ ଦିଲ୍ଲୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ତିନି ଦିନ ପୂର୍ବରୁ ସେ ସୁସ୍ଥ ହୋଇ ମୁମ୍ବାଇ ଫେରିଥିଲେ । ହେଲେ ଇତିମଧ୍ୟରେ ପୁଣି ଫ୍ୟାନ୍ସଙ୍କ ପାଇଁ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ପୁଣି ଋଷିଙ୍କୁ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପରିବାରର ସମ୍ପର୍କୀୟଙ୍କ ଠାରୁ ଏହି ସୂଚନା ମିଳିଛି ।

67 ବର୍ଷିୟ ଋଷି ସେହି ଦିନ ମେଡିକାଲରେ ଭର୍ତ୍ତି ହୋଇଥିଲେ ଯେବେ ସେ ମୁମ୍ବାଇରେ ପହଞ୍ଚି ଫ୍ୟାନ୍ସଙ୍କୁ ଟ୍ବିଟରରେ ସୁସ୍ଥ ହେବାର ସୂଚନା ଦେଇଥିଲେ । ବର୍ତ୍ତମାନ ସେ ସାଉଥ ମୁମ୍ବାଇରେ ଅବସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ଅଛନ୍ତି । ଦୁଇ ଦିନ ପୂର୍ବରୁ ତାଙ୍କୁ ପୁଣିଥରେ ଜ୍ବର ହୋଇଥିଲା । ଯାହାପାଇଁ ଡାକ୍ତର ତାଙ୍କୁ ମେଡିକାଲରେ ରଖିବାକୁ କହିଥିଲେ । ହେଲେ ଶୁଣିବାକୁ ମିଳୁଛି ଯେ ସେ ପୂର୍ବ ଅପେକ୍ଷା ଏବେ ସୁସ୍ଥ ଅଛନ୍ତି।

ଇତିମଧ୍ୟରେ ଋଷିଙ୍କ ଲାଡଲା ତଥା ଅଭିନେତା ରଣବୀର କପୁର ମେଡିକାଲ ଯାଉଥିବା ସମୟର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଅସୁସ୍ଥ ଥିବାରୁ ଋଷି ନିଜ ପୁତୁରା ଅରମାନ ଜୈନଙ୍କ ବିବାହରେ ସାମିଲ ହୋଇପାରିନଥିଲେ । ହେଲେ ପରିବାର ଅନ୍ୟ ସଦସ୍ୟ ବିବାହରେ ସାମିଲ ହୋଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.