ETV Bharat / sitara

ଭାରତ ଫେରିବା ଖବରକୁ ଖଣ୍ଡନ କଲେ ଋଷି - india

ଭାରତ ଫେରିବା ଖବର ଅଭିନେତା ଋଷି କପୁରଙ୍କ ଖୁବ୍ ଚର୍ଚ୍ଚାରେ ଥିଲା । ଇତିମଧ୍ୟରେ ସେ ଭାରତ ଫେରିବା ଖବରକୁ ଖଣ୍ଡନ କରି କହିଛନ୍ତି କି ସେ ଏବେ ଭାରତ ଫେରୁନାହାଁନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 8, 2019, 5:12 AM IST

ମୁମ୍ବାଇ: କିଛି ଦିନ ହେଲା ବିଶିଷ୍ଟ ଅଭିନେତା ଋଷି କପୁର ଭାରତ ଫେରିବା ଖବର ଶୁଣିବାକୁ ମିଳିଆସୁଥିଲା । ଇତିମଧ୍ୟରେ ଋଷି ଏମାସରେ ଭାରତ ଫେରିବା ଖବରକୁ ଖଣ୍ଡନ କରିଛନ୍ତି । ଆଶା କରାଯାଇଥିଲା କି ଆମେରିକାରେ ନିଜ ଚିକିତ୍ସା ଶେଷ କଲା ପରେ ସେ ଖୁବ୍ ଶୀଘ୍ର ଭାରତ ଫେରିପାରନ୍ତି । ପ୍ରକାଶ ଥାଉକି ଋଷି ନିଜର ଜଣେ ବନ୍ଧୁଙ୍କୁ କହିଥିଲେ କି ମାର୍ଚ୍ଚ ଶେଷ ସୁଦ୍ଧା ସେ ଭାରତ ଫେରିଆସିବେ । ଅନ୍ୟପଟେ ଯେତେବେଳେ ତାଙ୍କ ସହ ଆମେରିକାରେ ସମ୍ପର୍କ କରାଯାଇଥିଲା, ଋଷି ନିକଟ ଭବିଷ୍ୟତରେ ଭାରତ ଫେରିବା ଖବରକୁ ଖଣ୍ଡନ କରିଥିଲେ ।

ସ୍ବାସ୍ଥ୍ୟ ବିଷୟରେ ପ୍ରଶ୍ନ କରାଯିବାରୁ ଋଷି କହିଥିଲେ ଚିକିତ୍ସା ପରେ ସେ ବର୍ତ୍ତମାନ ଠିକ୍ ଅଛନ୍ତି । କିନ୍ତୁ ସ୍ବାସ୍ଥ୍ୟ ଠିକ୍ ହେବା ପ୍ରକ୍ରିୟାରେ ସମୟ ଲାଗୁଛି । କପୁର ପରିବାରର ସମ୍ପର୍କୀୟଙ୍କ ଠାରୁ ଶୁଣିବାକୁ ମିଳିଥିଲା କି ଋଷି ଘରକୁ ଫେରିବା ପାଇଁ ଆତୁର ଏବଂ ଉତ୍ସୁକ ଅଛନ୍ତି । ସେ ପୁଅ, ଅଭିନେତା ରଣବୀର କପୁରଙ୍କ ବିବାହ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏହା ପାଇଁ ସେ ଦିନ ଗଣିବାରେ ଆରମ୍ଭ କରିଦେଇଛନ୍ତି ।

ଖବର ଅନୁଯାୟୀ ଋଷି ବର୍ତ୍ତମାନ ଭାରତ ଫେରିବା ସ୍ଥିତିରେ ନାହାଁନ୍ତି । ତାଙ୍କ ଚିକିତ୍ସା ଧୀରେ ଧୀରେ ଚାଲିଛି । ଆଶା କରାଯାଉଛି ଯେ ସେ ଆଉ କିଛି ମାସ ପରେ ଭାରତ ଫେରିବେ ।

undefined

Intro:Body:

ମୋଦିଙ୍କୁ ଦିଗବିଜୟଙ୍କ ଚ୍ୟାଲେଞ୍ଜ: ମାମଲା ରୁଜୁ କରିବାକୁ ଦେଲେ ଆହ୍ବାନ

ନୂଆଦିଲ୍ଲୀ:  ପୁଲୱାମାରେ ଆତଙ୍କବାଦୀଙ୍କ ହମଲାକୁ ଦୁର୍ଘଟଣାର ନା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଏବେ ମୋଦି ସରକାରକୁ ସିଧାସଳଖ ଦେଇଛନ୍ତି ଚ୍ୟାଲେଞ୍ଜ । ଯଦି ହିମତ ଅଛି ମୋ ବିରୋଧରେ ମାମଲା ରୁଜୁ କର । ଗତକାଲି ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଦିଗ ବିଜୟ ଆଉ ଏକ ଟ୍ବିଟ କରି ପୁଣି ଚର୍ଚ୍ଚାରେ ।

ମୋଦି ସରକାରକୁ ସିଧାସଳଖ ନିଶାନା କରି ଦିଗବିଜୟ ନିଜ ଟ୍ବିଟରେ କହିଛନ୍ତି 'ତମେ ଆଉ ତମ ମନ୍ତ୍ରୀ ମତେ ପାକିସ୍ତାନୀ ସପୋର୍ଟର ବା ଦେଶଦ୍ରୋହୀର ଆଖ୍ୟା ଦେଇ ସାରିଛ, ଦିଲ୍ଲୀରେ ଯେଉଁଠି ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ଯଦି ସାହାସ ଅଛି ମୋ ବିରୋଧରେ କେସ ଫାଇଲ କର' ।

ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାନା ବନାଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.