ETV Bharat / sitara

ଘରକୁ ଫେରିଲେ ଋଷି, ସୁସ୍ଥ ହେବାର ଦେଲେ ସୂଚନା

ଦିଲ୍ଲୀ ପ୍ରଦୂଷଣ ଯୋଗୁ ଅସୁସ୍ଥ ଥିଲେ ଅଭିନେତା ଋଷି କପୁର । ସୋମବାର ମେଡିକାଲରେ ଭର୍ତ୍ତି ହୋଇଥିବା ଋଷି ମଙ୍ଗଳବାର ଘରକୁ ଫେରିଛନ୍ତି ।

rishi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଋଷି କପୁର
author img

By

Published : Feb 4, 2020, 7:58 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁର ମେଡିକାଲରୁ ଡିସଚାର୍ଜ ହୋଇଯାଇଛନ୍ତି । ଅସୁସ୍ଥ ଥିବାରୁ ସୋମବାର ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି । ଏହାର ସୂଚନା ସେ ଟ୍ବିଟରରେ ସମସ୍ତଙ୍କୁ ଦେଇଛନ୍ତି । ସେ ଟ୍ବିଟ କରି ଫ୍ୟାନ୍ସ, ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ମେଡିକାଲରେ ଭର୍ତ୍ତି ହେବାର କାରଣ ମଧ୍ୟ କହିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ମୋ ସ୍ନେହର ପରିବାର, ବନ୍ଧୁ, ଶୁଭଚିନ୍ତକ ଓ ଫଲୋଓର୍ସ । ଆପଣ ମୋ ସ୍ବାସ୍ଥ୍ୟକୁ ନେଇ ଚିନ୍ତିଥିବାରୁ ମୋ ଆପଣଙ୍କ ଋଣି । ଧନ୍ୟବାଦ । ମୋ ଗତ 18 ଦିନରୁ ଦିଲ୍ଲୀରେ ସୁଟିଂ କରୁଥିଲେ । ଆଉ ସେଠାର ପ୍ରଦୂଷଣ ପାଇଁ ମୋର ଇନଫେକ୍ସନ ହୋଇଯାଇଥିଲା । କାରଣ ମୋର ନ୍ୟୁଟ୍ରୋଫିଲ କାଉଣ୍ଟ ବହୁତ କମ । ଯାହା ପାଇଁ ମତେ ମେଡିକାଲରେ ଭର୍ତ୍ତି କରିବାକୁ ପଡିଲା । ହେଲେ ଲୋକ କିଛି ଅନ୍ୟ ଜିନିଷ ଭାବିନେଲେ । ସେ ସବୁ କଥାକୁ ମୁଁ ଆଡେଇ ମୁଁ ଆଗକୁ ବଢୁଛି । କାରଣ ଆପଣଙ୍କୁ ଆହୁରି ଏଣ୍ଟରଟେନ ଏବଂ ପ୍ରେମ କରିପାରିବି । ଏବେ ମୁଁ ମୁମ୍ବାଇରେ ଅଛି ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଋଷି କପୁର

ପ୍ରକାଶ ଥାଉକି ଗତ ବର୍ଷ ମଧ୍ୟ ସେ ପାଖାପାଖି 9 ମାସ ନ୍ୟୁୟର୍କରେ କ୍ୟାନ୍ସର ଚିକିତ୍ସା କରିଥିଲେ । 9 ମାସ ପରେ ସେ ସୁସ୍ଥ ହୋଇ ଭାରତ ଫେରିଥିଲେ । ହେଲେ 9 ମାସ ମଧ୍ୟରେ ସେ ସବୁବେଳେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ସୁସ୍ଥ ହେବାର ସୂଚନା ଦେଇଥିଲେ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.