ETV Bharat / sitara

RIP Bappi Lahiri: ଡିସ୍କୋ କିଙ୍ଗକୁ ସେଲିବ୍ରିଟିଙ୍କ ଶ୍ରଦ୍ଧାଞ୍ଜଳି

ଆଖି ବୁଜିଛନ୍ତି ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି। ତାଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ଅକ୍ଷୟଙ୍କଠାରୁ ଆରମ୍ଭ କରି ଅଜୟ ଦେବଗନଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 16, 2022, 1:32 PM IST

ଡିସ୍କୋ କିଙ୍ଗକୁ ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି

ହାଇଦ୍ରାବାଦ: ଆଉ ନାହାନ୍ତି ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି। ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ଡିସ୍କୋ କିଙ୍ଗ ଭାବେ ପରିଚିତ ବାପି ଲାହିରି ଅନେକ ଲୋକପ୍ରିୟ ଗୀତ ଭେଟି ଦେବା ସହ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ମୁଖ୍ୟତଃ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’। ସୁପରହିଟ୍‌ ଫିଲ୍ମ ‘ଚଲତେ ଚଲତେ’, ‘ଡିସ୍କୋ ଡ୍ୟାନ୍ସର’, ‘ଶରାବୀ’ ଓ ‘ନମକ ହଲାଲ’ ଭଳି ଫିଲ୍ମରେ ମ୍ୟୁଜିକ ଦେଇ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲେ ବାପି ଦା’। ଆଜି ତାଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ଅକ୍ଷୟଙ୍କଠାରୁ ଆରମ୍ଭ କରି ଅଜୟ ଦେବଗନଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେ ସର୍ବଦା କିମ୍ବଦନ୍ତୀ ରହିବେ

ବାପି ଲାହିରିଙ୍କ ଦେହାନ୍ତ ଖବର ପାଇ ଗାୟକ ତଥା ସଙ୍ଗୀତକାର ବିଶାଲ ଦଦଲାନି ଚକିତ ହୋଇଯାଇଛନ୍ତି । ବିଶାଲ ସା ରେ ଗା ମା ପା ସେଟରୁ ଲାହିରିଙ୍କ ସହ ଏକ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ମୁଁ ଏକ ପାରସ୍ପରିକ ପ୍ରେମ ଏବଂ ସମ୍ମାନ ସେୟାର କରିଛି ଏବଂ ମୁଁ କୃତଜ୍ଞ ଯେ ବିଶାଲ-ଶେଖର ପ୍ରଥମ ସଂଗୀତକାର ଥିଲେ, ଯାହାକୁ ସେ ତାଙ୍କ ଗୀତକୁ ବାହାରେ ଗାଇଥିଲେ।

ହିନ୍ଦୀ ସିନେମାର ଡିସ୍କୋ କିଙ୍ଗ ବାପି ଲାହିରି

ଭେଟେରାନ୍ ସଙ୍ଗୀତକାର ତଥା ଗାୟକ ବାପି ଲାହିରିଙ୍କ ଦେହାନ୍ତରେ ଖ୍ୟାତନାମା ସଙ୍ଗୀତ ନିର୍ଦେଶକ ଏଆର୍ ରହମାନ୍ ସମବେଦନା ଜଣାଇଛନ୍ତି । ରହମାନ ଟ୍ବିଟ୍ କରି କହିଛନ୍ତି, "# RIPBappida ... ହିନ୍ଦୀ ସିନେମାର ଡିସ୍କୋ କିଙ୍ଗ ବାପି ଲାହିରି।"

ଆଜି ଆମେ ଆଉ ଏକ ରତ୍ନ ହରାଇଲୁ

  • Today we lost another gem from the music industry… Bappi Da,your voice was the reason for millions to dance, including me. Thank you for all the happiness you brought through your music. My heartfelt condolences to the family. Om Shanti 🙏🏻

    — Akshay Kumar (@akshaykumar) February 16, 2022 " class="align-text-top noRightClick twitterSection" data=" ">

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ବାପି ଲାହିରିଙ୍କୁ ସଙ୍ଗୀତ ମାଧ୍ୟମରେ ଆଣିଥିବା ସମସ୍ତ ଖୁସି ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି । ଅକ୍ଷୟ ଟ୍ବିଟ୍ କରି କହିଛନ୍ତି, “ଆଜି ଆମେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଆଉ ଏକ ରତ୍ନ ହରାଇଲୁ… ବାପି ଦା, ତୁମର ସ୍ବର ମୋ ସମେତ ଲକ୍ଷ ଲକ୍ଷ ଲୋକଙ୍କ ନାଚିବାର ଏକ କାରଣ ଥିଲା । ଆପଣ ନିଜ ସଂଗୀତ ମାଧ୍ୟମରେ ଯେଉଁ ବି ଖୁସି ଆମ ଭିତରେ ଆଣିଛନ୍ତି, ସେଥିପାଇଁ ଧନ୍ୟବାଦ । ପରିବାର ପ୍ରତି ମୋର ହୃଦୟରୁ ସମବେଦନା । ଶାନ୍ତି। "

ଏହା ବି ପଢନ୍ତୁ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ବାପି ଲାହିରି

ବାପି ଦା ବ୍ୟକ୍ତିଗତ ଭାବେ ବହୁତ ଭଲ ଥିଲେ

  • Bappi Da was so endearing in person. But, his music had an edge. He introduced a more contemporary style to Hindi film music with Chalte Chalte, Suraksha & Disco Dancer.
    🕉 Shanti Dada🙏 You will be missed

    — Ajay Devgn (@ajaydevgn) February 16, 2022 " class="align-text-top noRightClick twitterSection" data=" ">

ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ଇନଷ୍ଟାରେ ପୋଷ୍ଟ କରିଛନ୍ତି, ବାପି ଦା ବ୍ୟକ୍ତିଗତ ଭାବେ ବହୁତ ଭଲ ଥିଲେ । କିନ୍ତୁ, ତାଙ୍କ ସଙ୍ଗୀତର ଏକ ଧାର ଥିଲା । ସେଡିସ୍କୋ ଡାନ୍ସର୍ ସହିତ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ଏକ ସମସାମୟିକ ଶୈଳୀକୁ ପରିଚିତ କରାଇଥିଲେ । ଓମ୍‌ ଶାନ୍ତି।

ବାପି ଦା ସହିତ ମୋର ବହୁତ ଭଲ ସମ୍ପର୍କ ଥିଲା

ଭେଟେରାନ୍ ଅଭିନେତା ଚିରଞ୍ଜୀବି କିମ୍ବଦନ୍ତୀ ସହିତ ଏକ ଥ୍ରୋବ୍ୟାକ୍ ପୋଷ୍ଟ କରି ଲେଖିଛନ୍ତି, କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ବାପି ଦା ସହିତ ମୋର ବହୁତ ଭଲ ସମ୍ପର୍କ ଥିଲା । ସେ ମୋ ପାଇଁ ଅନେକ ଚାର୍ଟବଷ୍ଟର ଦେଇଥିଲେ, ଯାହା ମୋ ଚଳଚ୍ଚିତ୍ରର ଲୋକପ୍ରିୟତା ପାଇଁ ବହୁତ ଯୋଗଦାନ ଦେଇଥିଲା । ତାଙ୍କର ଅନନ୍ୟ ଶୈଳୀ, ଜୀବନ ଏବଂ ତାଙ୍କର ମହାନ୍ ଉତ୍ସାହ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ଯାହା ତାଙ୍କ ସଙ୍ଗୀତରେ ପ୍ରତିଫଳିତ ହୋଇଥାଏ । ତାଙ୍କର ସମସ୍ତ ନିକଟତମ ଏବଂ ପ୍ରିୟଜନଙ୍କୁ ମୋର ହୃଦୟରୁ ସମବେଦନା ।

ଏହା ବି ପଢନ୍ତୁ: Bappi Lahiri Demise: ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀଙ୍କ ଶୋକ ପ୍ରକାଶ

ମୋତେ ସ୍ନେହରେ ଡାକୁଥିଲେ

  • I wish you joy wherever you go Bappi da because thats what you brought to the world through your music and your being.

    Love always,
    Bidda (as you’d so endearingly call me ) 🙏💔#RIP #BappiLahiri #BappiDa

    — vidya balan (@vidya_balan) February 16, 2022 " class="align-text-top noRightClick twitterSection" data=" ">

ବିଦ୍ୟା ବାଲାନ୍ ଲେଖିଛନ୍ତି, ମୁଁ ଚାହୁଁଛି ଆପଣ ଯେଉଁଆଡେ ବି ଯାଆନ୍ତୁ ବାପି ଦା, କାରଣ ଆପଣ ଆପଣଙ୍କ ସଙ୍ଗୀତ ଏବଂ ଆପଣଙ୍କ ଅସ୍ତିତ୍ବ ମାଧ୍ୟମରେ ଦୁନିଆକୁ ଆଣିଛନ୍ତି । ସର୍ବଦା ଭଲ ପାଓ, ବିଦ୍ୟା (ଯେମିତି ଆପଣ ମୋତେ ସ୍ନେହରେ ଡାକୁଥିଲେ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.