ମୁମ୍ବାଇ: ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ କ୍ୟାନ୍ସର ସହ ଲଢିବା ପରେ ଫେମସ ଅଭିନେତା ଋଷି କପୁର ଏପ୍ରିଲ 30 ତାରିଖରେ ଦୁନିଆକୁ ଅଲବିଦା କହିଥିଲେ । ହେଲେ ତାଙ୍କ ଲାଡଲୀ ରିଦ୍ଧିମା କପୁର ସବୁବେଳେ ସୋସିଆଲ ମିଡିଆରେ ପିତାଙ୍କ ଥ୍ରୋବ୍ୟାକ ଫଟୋ ସେୟାର କରୁଥିବାର ନଜର ଆସୁଛନ୍ତି । ସେହିପରି ସେ ଫ୍ୟାନ୍ସଙ୍କ ସହ ପିତାଙ୍କ ଅନେକ ସ୍ମୃତି ସେୟାର ମଧ୍ୟ କରନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି ।
ଏବେ ସେ ଇନଷ୍ଟାଗ୍ରାମରେ ପିତାଙ୍କ ସହ ନିଜ ପିଲାବେଳର ଫଟୋ ସେୟାର କରି ଚର୍ଚ୍ଚାରେ । ଏହି ଥ୍ରୋବ୍ୟାକ ଫଟୋରେ ପିତା ଋଷି ଓ ମା' ନୀତୁ ସିଂଙ୍କ ସହ ନଜର ଆସୁଛନ୍ତି ରିଦ୍ଧିମା । ଫଟୋରେ ରିଦ୍ଧିମା ଖେଳରେ ବ୍ୟସ୍ତ ଥିବାର ଦେଖାଯ।ଉଛନ୍ତି ।
ପ୍ରକାଶ ଥାଉକି ନିକଟରେ ରିଦ୍ଧିମା ଇନଷ୍ଟାଗ୍ରାମରେ ଲାଇଭ ସେଶନରେ ଫ୍ୟାନ୍ସଙ୍କ ପ୍ରଶ୍ନର ଅନେକ ଉତ୍ତର ଦେଇଥିଲେ । ତାଙ୍କର ଜଣେ ଫ୍ୟାନ୍ସଙ୍କ ପ୍ରଶ୍ନ କରିଥିଲେ ଯେ ଏବେ ନୀତୁ ମ୍ୟାମ କେମିତି ଅଛନ୍ତି ?