ETV Bharat / sitara

ରିଷିଙ୍କ ନିଧନକୁ ମାସେ, ଭାବବିହ୍ବଳ ଝିଅ ରିଦ୍ଧିମା

author img

By

Published : May 30, 2020, 3:47 PM IST

ପୁଣିଥରେ ସୋସିଆଲ ମିଡିଆରେ ପରିବାର ଫଟୋ ସେୟାର କରି ଚର୍ଚ୍ଚାରେ ରିଦ୍ଧିମା କପୁର। ପିତା ଋଷିଙ୍କ ମୃତ୍ୟୁକୁ ମାସେ ପୂରଣକୁ ନେଇ ଦୁଃଖ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା କପୁର

ମୁମ୍ବାଇ: ଲୋକପ୍ରିୟ ଅଭିନେତା ରିଷି କପୁରଙ୍କ ନିଧନକୁ ଆଜି ଏକ ମାସ ପୂରଣ ହୋଇଛି। ପାଖାପାଖି ଦୁଇ ବର୍ଷ କ୍ୟାନ୍ସରରେ ପୀଡିତ ଥିବା ଋଷି ଏପ୍ରିଲ 30ରେ ସମସ୍ତଙ୍କୁ ଅଲବିଦା କହି ଚାଲିଯାଇଥିଲେ। ତାଙ୍କ ଲାଡଲୀ ରିଦ୍ଧିମା କପୁର ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିନଥିଲେ। ହେଲେ ପିତାଙ୍କ ମୃତ୍ୟୁ ପରଠୁ ସେ ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜ ଦୁଃଖ ବଖାଣିବାରେ ଲାଗିଛନ୍ତି । ଏଥର ମଧ୍ୟ ସେ ପିତାଙ୍କ ସହ ପୁରା ପରିବାରର ଏକ ଫଟୋ ସେୟାର କରି ଇମୋଶନାଲ ହୋଇଯାଇଛନ୍ତି।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା କପୁର

ରିଦ୍ଧିମା ଇନଷ୍ଟାଷ୍ଟୋରିରେ ସେୟାର କରିଥିବା ଫଟୋରେ ଋଷି, ନୀତୁ କପୁର ଓ ରିଦ୍ଧିମାଙ୍କ ସହ ତାଙ୍କ ଝିଅ, ସ୍ବାମୀ ମଧ୍ୟ ନଜର ଆସୁଛନ୍ତି।

ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଦୁଃଖରେ କୁହନ୍ତୁ ନାହିଁ କି ସେ ଏବେ ଏହି ଦୁନିଆରେ ନାହାଁନ୍ତି । ହେଲେ ଖୁସିର କଥା ଯେ ସେ ଥିଲେ। ଆଜି ଏକ ମାସ ବିତିଗଲାଣି । ଆମେ ତମକୁ ଝୁରୁଛୁ ।’

ପ୍ରକାଶ ଥାଉକି ରିଦ୍ଧିମା ନିଜ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ଦେଶରେ ଚାଲିଥିବା ଲକଡାଉନ ପାଇଁ ସେ ପିତାଙ୍କ ଅନ୍ତମ ସଂସ୍କାର ସାମିଲ ହୋଇପାରିନଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.