ETV Bharat / sitara

ଲକଡାଉନ ଡାଏରୀ: ଅନଲାଇନରେ ବେଲି ଡ୍ୟାନ୍ସ ଶିଖୁଛନ୍ତି ଅଭିନେତ୍ରୀ ରିଚା

author img

By

Published : Apr 25, 2020, 10:50 PM IST

ଲକଡାଉନ ସମୟରେ ଅନଲାଇନ ବେଲି ଡ୍ୟାନ୍ସ ଶିଖିବାକୁ ସାଇନ ଅପ କରିଛନ୍ତି ଅଭିନେତ୍ରୀ ରିଚା ଚଢା । ଅଧିକ ପଢନ୍ତୁ...

richa chadha signs up for online dance lessons
ଲକଡାଉନ ଡାଏରୀ: ଅନଲାଇନରେ ବେଲି ଡ୍ୟାନ୍ସ ଶିଖୁଛନ୍ତି ଅଭିନେତ୍ରୀ ରିଚା

ମୁମ୍ବାଇ: କୋରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି । ଏହି ସମୟରେ ସମସ୍ତ ସେଲିବ୍ରିଟି ଘରେ ରହି କିଛି ନା କିଛି କାମ କରି ସମୟ ବିତାଉଛନ୍ତି ।

ବଲିଉଡ ଅଭିନେତ୍ରୀ ରିଚା ଚଢା ମଧ୍ୟ ଲକଡାଉନ ସମୟରେ ଅନଲାଇନ ବେଲି ଡ୍ୟାନ୍ସ ଶିଖିବାକୁ ସାଇନ ଅପ କରିଛନ୍ତି । ରିଚା କହିଛନ୍ତି ଯେ, ଭର୍ଚୁଆଲ ଲର୍ଣ୍ଣିଂ ଏକ ନିଆରା ଅନୁଭୂତି ।

କୋରୋନା ଭାଇରସ ମହାମାରୀ ହେତୁ ଚାଲିଥିବା ଲକଡାଉନ ସମୟରେ ରିଚା ରୋଷେଇ କରିବା ସହ ନୂତନ ସ୍କ୍ରିପ୍ଟ ପଢିବା ଏବଂ ବର୍ତ୍ତମାନ ଡ୍ୟାନ୍ସ ଶିଖିବା ଭଳି ଅନେକ କାର୍ଯ୍ୟ କରୁଛନ୍ତି । ଏହାସହ ରିଚା ତାଙ୍କର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବହୁତ ଧ୍ୟାନ ଦେଉଛନ୍ତି ।

ରିଚା କହିଛନ୍ତି ଯେ, ମୁଁ ପ୍ରକୃତରେ ଡ୍ୟାନ୍ସକୁ ବହୁତ ଭଲପାଏ । ମୁଁ ବହୁତ ଖୁସି ଯେ ମୋର ପାଖରେ ବେଲି ଡ୍ୟାନ୍ସ ଶିଖିବାକୁ ବହୁତ ସମୟ ଅଛି ।

ସେ ଆହୁରି କହିଛନ୍ତି ଯେ, 'ମୁଁ ଏହି ବେଲି ଡ୍ୟାନ୍ସ ଫର୍ମକୁ ବହୁତ ଉପଭୋଗ କରେ କାରଣ ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜ । ପ୍ରକାଶ ଥାଉ କି ରିଚା ନିଜ ଚଳଚ୍ଚିତ୍ର 'ଶକିଲା'ରେ ବେଲି ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.