ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ରିଚା ଚଡ୍ଡା ଦୀର୍ଘ ସମୟରୁ ହ୍ୟାଣ୍ଡସମ ଆକ୍ଟର ଅଲ୍ଲୀ ଫୈଜଲଙ୍କୁ ଡେଟ କରିଆସୁଛନ୍ତି । ଗତ କିଛି ମାସରୁ ଦୁଇଜଣଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଯୋଡି ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାରେ ଥିଲେ । ହେଲେ କୋରୋନା ଭାଇରସ ସଙ୍କଟ ପାଇଁ ବିବାହ ପ୍ଲାନ ଉପରେ କଟକଣା ଲାଗିଯାଇଥିଲା । ଯାହାକୁ ନେଇ କିଛି ୟୁଜର୍ସ ତାଙ୍କର ମିମି ଭାଇରାଲ କରିବାରେ ଲାଗିଛନ୍ତି । ସେପଟେ ଏହା ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ରିଚା ।
- " class="align-text-top noRightClick twitterSection" data="
">
ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ରିଚା ଏଥର ନିଜ ବିବାହକୁ ନେଇ କିଛି ସୂଚନା ଫ୍ୟାନ୍ସଙ୍କ ସହ ବାଣ୍ଟିଛନ୍ତି । ସେହିପରି ନିଜର 8 ବର୍ଷ ପୁରୁଣା ଫିଲ୍ମ ‘ଗ୍ୟାଙ୍ଗ ଅଫ ୱାସେପୁର’କୁ ମଧ୍ୟ ମନେ ପକାଇଛନ୍ତି । ଏହା ବ୍ୟତୀତ ସେ 2020 ବର୍ଷକୁ ଖରାପ ମଧ୍ୟ କହିଛନ୍ତି ।
ସେ ଇନଷ୍ଟାଗ୍ରାମରେ ‘ଗ୍ୟାଙ୍ଗ ଅଫ ୱାସେପୁର’ ସହ ସମ୍ପୃକ୍ତ ଥିବା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବିବାହ କରୁଥିବାର ଦେଖାଯାଉଛନ୍ତି । ସେହିପରି ଭିଡିଓ କ୍ଲିପର ଉପରେ ଲେଖା ହୋଇଛି, ‘କୋଭିଡ ବିବାହରେ କେବଳ 50 ଅତିଥିକୁ ସାମିଲ ହେବାର ଅନୁମତି ଅଛି ।’ କଥାଟି ହେଲା ଯେ ସୋସିଆଲ ମିଡିଆରେ ଏହି ଭିଡିଓର ମିମି ଘୁରିବୁଲୁଛି ।
ଯାହାକୁ ସେୟାର କରି କ୍ୟାପସନରେ ସେ ଲେଖିଛନ୍ତି, ‘#8YearsOfGangsOfWasseypur। 2020ରେ ମୁଁ ବିବାହ ଟଳିଯାଇଛି । କାରଣ ଏହି ବର୍ଷ ଖରାପ ବର୍ଷ । ଆପଣଙ୍କ ପାଇଁ ଗ୍ୟାଙ୍ଗରୁ ନଗମା ସ୍ବାଗ । ଏହାର ଆନନ୍ଦ ନିଅନ୍ତୁ ।’